Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟରୁ ନିଖୋଜ ଛାତ୍ର ହରଭଙ୍ଗି ନଦୀ ନିକଟରୁ ଉଦ୍ଧାର

ପାରଳାଖେମୁଣ୍ଡି:୨୩/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ MKCG ଦୃଷ୍ଟିହୀନ ଓ ବଧିର ବିଦ୍ୟାଳଟି ନାନା ସମସ୍ୟାରେ ଉବୁଡ଼ୁବୁ। ସମ୍ପାଦକଙ୍କ ଖାମଖିଆଲି ଓ ଜିଦ୍ ଖୋର ମନୋଭାବ ଯୋଗୁଁ ଦିନକୁ ଦିନ ବିଦ୍ୟାଳୟଟି ରସାତଳଗାମୀ ହେବାରେ ଲାଗିଛି। ବିଦ୍ୟାଳୟରେ ପାଠପଢ଼ା ଓ ଖାଦ୍ୟ ପେୟର ସମସ୍ୟା ରହିଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରୁ ଲୁଚ଼ି ଛପି ଚାଲିଯାଉଥିବା ନଜିର ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ସୋମବାର ସକାଳେ । ସମୟ ପ୍ରାୟ ୫ଟାରେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ଶୁଭମ୍ ମଳିକ କାହାକୁ କିଛି ନକହି ତାର ବାଡ଼ ଡ଼େଇଁ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଛାତ୍ର ଜଣକ ନିଖୋଜ ହେବା ଖବର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାମୋଦର ଦାଶ ଜାଣିବା ପରେ କର୍ମଚାରୀଙ୍କୁ ପଠାଇ ବିଭିନ୍ନ ସ୍ଥାନ ଖୋଜି ଥିଲେ ମଧ୍ୟ ଶୁଭମର ପତ୍ତା ମିଳିନଥିଲା ।ଦୀର୍ଘ ୪ଘଣ୍ଟା ପରେ ଛାତ୍ର ଜଣକ ବିଦ୍ୟାଳୟଠାରୁ ୩ କିଲୋମିଟର ଦୂର ଭାଲିଆପଦା ଗ୍ରାମ ନିକଟ ହରଭଙ୍ଗି ନଦୀ ନିକଟରେ ବୁଲୁଥିବା ଦେଖି ଗ୍ରାମବାସୀ ଶୁଭମକୁ ଉଦ୍ଧାର କରି ପ୍ରଧାନଶିକ୍ଷକଙ୍କୁ ଖବର ଦେଇଥିଲେ। ଖବର ପାଇ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ଛାତ୍ରଟିର କୌଣସି ପ୍ରକାର ଅସୁବିଧା ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଲିଖିତ ଭାବେ ଜଣାଇବା ପରେ ଗ୍ରାମବାସୀ ଶୁଭମ୍ କୁ ହସ୍ତାନ୍ତର କରିଥିଲେ।ଏ ସମ୍ପର୍କରେ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସୀ ସାହୁ କହିଛନ୍ତି- ବିଦ୍ୟାଳୟ ଚ଼ତୁଃପାର୍ଶ୍ଵରେ ପାଚେରୀ ନଥିବା ଯୋଗୁ ଏଭଳି ଘଟଣା ଘଟୁଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ