Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ସମାଜସେବୀଙ୍କ ଅକାଳ ବିୟୋଗ

କଳାହାଣ୍ଡି,୨୩/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ଗ୍ରାମପଞ୍ଚାୟତ କିଡ଼ିଙ୍ଗ ଗାଁର ଯୁବ ସମାଜସେବୀ ଗୋପବନ୍ଧୁ ମାଝୀ(୩୪)ଙ୍କ ଅକାଳ ବିୟୋଗ ଘଟିଛି । ସେ କିଛିଦିନ ଧରି ପୀଡ଼ିତ ଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭବାନୀପାଟଣା ଓ ସେଠାରୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ଶବ ଅଣାଯାଇ ଗାଁ ଶ୍ମଶାନରେ ଅତ୍ୟନ୍ତ ଶୋକାକୁଳ ପରିସ୍ଥିତିରେ ଦାହସଂସ୍କାର କରାଯାଇଛି । ତାଙ୍କ ବିୟୋଗରେ ଅଞ୍ଚଳବ୍ୟାପି ଶୋକର ଲହରୀ ଖେଳିଯାଇଛି । ଗୋପବନ୍ଧୁ ଜଣେ ଯୁବ ସମାଜସେବୀ ଭାବେ ଅଞ୍ଚଳର ଅନେକ ସମସ୍ୟା ସମାଧାନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିଲେ । ସେହିପରି ଜଣେ ସ୍ୱେଚ୍ଛାକୃତ ରକ୍ତଦାତା ଭାବେ ଅନେକ ଗରିବ, ନିରୀହ ଓ ଗର୍ଭବତୀ ତଥା ପ୍ରସୂତି ମହିଳାଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲେ । ତାଙ୍କର ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ