Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବନାଥପୁର ଧନୁଯାତ୍ରା ଉଦଘାଟିତ

କଳାହାଣ୍ଡି,୨୪/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି ! ଉଦଘାଟନୀ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଭ୍ୟ ଅଜିତ କୁମାର ପ୍ରଧାନୀ, ସାମ୍ବାଦିକ ନୀଲେଶ କୁମାର ନାଗ, ଧର୍ମେନ୍ଦ୍ର ପଣ୍ଡା, ଦେବାଶିଷ ରଞ୍ଜନ ବିଶି, ଧନୁଯାତ୍ରା ପରିଚାଳନା କମିଟିର ସଭାପତି ଅନନ୍ତ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତାନନ୍ଦ ଘଡ଼େଇ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ, ଉପଦେଷ୍ଟା ମନୋହର ହରପାଲ, କୈଳାସ ଦାସ, ବନ ଦଳେଇ, ହରିହର କୁମାର, ରଘୁବୀର ନାଗ, ଉପେନ୍ଦ୍ର ସାହୁ, ଘନଶ୍ୟାମ ସୁନା, ବିରଞ୍ଚି ପ୍ରଧାନୀ, ବିଶ୍ବାମିତ୍ର ଘଡ଼େଇ, ବିଷ୍ଣୁଚରଣ ଭୋଇ, ମହେନ୍ଦ୍ର କରୁଆଁଙ୍କ ଉପସ୍ଥିତିରେ ମଞ୍ଚ ପୂଜା ପରେ ମଞ୍ଚ ଉଦଘାଟନ କାର୍ଯ୍ୟ ସମାହିତ ହୋଇଥିଲା। ସୁଶୀଲ କୁମାର ବାଗ ଓ କିଶୋର ଚନ୍ଦ୍ର ଘଡ଼େଇ ମଞ୍ଚ ପରିଚାଳନା କରିଥିଲେ ! ଏହାପରେ ପରେ ମଞ୍ଚରେ ମହାରାଜ ଉଗ୍ରସେନଙ୍କ ରାଜ ଦରବାର, ପୁତ୍ରେଷ୍ଟି ଯଜ୍ଞ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ