Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଉପକଣ୍ଠ ରେ ଅବସ୍ଥିତ ବ୍ରାହ୍ମଣ ସୀତାପୁର ଗ୍ରାମ ରେ କିଶୋରୀ କିଶୋର ମେଳା ଅନୁଷ୍ଠିତ ।

ପାରଳାଖେମୁଣ୍ଡି:୨୫/୧(ଗରୁଡ଼ ଧ୍ଵଜ ଚୌଧୁରୀ)ରାଜ୍ୟ ସରକାରଙ୍କ ଝିଅଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରେ ଅବସ୍ଥିତ ବ୍ରାହ୍ମଣ ସୀତାପୁର ଠାରେ କିଶୋର କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଙ୍ଗନବାଡି କର୍ମୀ ପୁକ୍ଷ୍ପାଞ୍ଜଳି ପଣ୍ଡା,ଅଙ୍ଗନବାଡି ସୁପରଭାଇଜର ଶଶୀରେଖା ଗମାଙ୍ଗ, ସରପଂଚ ଡି. ଦଣ୍ଡପାଣି, ହାଇସ୍କୁଲ ପ୍ରଧାନ ଶିକ୍ଷକ ଏସ ଦାସ ଏଏନଏମ ଜଗଦମ୍ବା ପ୍ରମୁଖ ମଞ୍ଚାସୀନ ଅତିଥି ରୁପେ ଯୋଗଦେଇ କିଶୋର କିଶୋରୀ ମାନଙ୍କ ବୌଦ୍ଧିକ ବିକାଶ, ସମାଜ ପ୍ରତି କର୍ତ୍ତବ୍ଯ ସହିତ ମାନସିକ ଚାପରୁ ମୁକ୍ତ ରହି ସାମର୍ଗିକ ବିକାଶ ର ପ୍ରାଧାନ୍ଯ ଉପରେ ଆଲୋଚନା କରିଥିଲେ । ସଭା ପୂର୍ବରୁ ପିଲାମାନଙ୍କର ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । କ୍ରିଡା ପ୍ରତିଯୋଗିତା ର ବିଜୟୀ ପ୍ରତିଯୋଗୀ ଓ ପୂର୍ବରୁ ଆୟୋଜିତ ପ୍ରବନ୍ଧ ବକତା ଚିତ୍ରାଙ୍କନରେ ବିଜୟୀ ପିଲା ମାନଙ୍କୁ ପୁରସ୍କାର ବିତରଣ କାରାଯାଇଅିଲା । ଗ୍ରାମର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଏଥିରେ ଯୋଗଦେଇ ଏଭଳି ଆୟୋଜନ କୁ ଭୁରିଭୁରି ପ୍ରସଂଶା କରିବା ସହ ଏହାଦ୍ବାରା ଉପାଦେୟ ସଚେତନତା ତିଆରି ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଏକ ସର୍ବସାଧାରଣ ଭୋଜନ ବ୍ଯବସ୍ଥା ମଧ୍ଯ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ କେରାଣ୍ଡି ଦେବୀତି ଧାମୁଣିଗାଁ ଡାଳିମ୍ବପୁର ଆଦି ଗାଁର ସମସ୍ତ ଅଙ୍ଗନବାଡି କର୍ମୀମାନେ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ