Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନମ ନବ ମତଦାତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୫/୧(ଗରୁଡ଼ ଧ୍ୱଜ ଚୌଧୁରୀ) ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତଥା ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷ’ରୁ ଆଜି ପାରଳାଖେମୁଣ୍ଡି ସ୍ଥିତ ରାଜଦାଣ୍ଡ ସାହିରେ ଥିବା ବିଶ୍ୱନାଥ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ଠାରେ “ନମୋ ନବ ମତଦାତା ସମ୍ମିଳନୀ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉଜ୍ଜଳ ଭାରତ ଗଠନ ଦିଗରେ ଏହା କିଭଳି ଯୁବ ତଥା ନୂତନ ଭୋଟର ମାନଙ୍କୁ ପ୍ରେରଣା ଯୋଗାଇବ , ଏବଂ ନୂତନ ଭୋଟର ମାନଙ୍କ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ରହିଥିବା ଲକ୍ଷ ସମ୍ପର୍କରେ ଏହି ” ନମୋ ନବ ମତଦାତା ସମ୍ମିଳନୀ” କାର୍ଯ୍ୟକ୍ରମ’ ଉଦ୍ଧିଷ୍ଟ ଏବଂ ଏହି ସମ୍ମିଳନୀ କାର୍ଯ୍ୟକ୍ରମ’କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ସମ୍ବୋଧିତ କରିବା ସହ ନୂତନ ଭୋଟର ମାନଙ୍କ ନିମନ୍ତେ ସଚେତନତା ବାର୍ତ୍ତା ରଖିଥିଲେ ଏବଂ ତାହା ଏଲଇଡି: ମାଧ୍ୟମରେ ଉପସ୍ଥିତ ନୂତନ ଭୋଟର , କଲେଜ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ଏବଂ ଯୁବ ନେତା ମାନଙ୍କୁ ପ୍ରଦର୍ଶନ କରା ଯାଇଥିଲା ।ଏହି ଅବସର’ରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ର’ଙ୍କ ସଭାପତିତ୍ବ’ରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ କେ: ନାରାୟଣ ରାଓ ଯୋଗ ଦେଇ ନୂତନ ଭୋଟର ମାନେ ହେଲେ ଦେଶର ଭବିଷ୍ୟତ ଓ ମେରୁଦଣ୍ଡ । ନୂତନ ଭୋଟର ମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କ ଦାୟିତ୍ଵ ଓ ଭୂମିକା ସମ୍ପର୍କରେ କହିବା ସହ ଭବିଷ୍ୟତ’ରେ ଭଲ , ସୁଦୃଢ଼ ଓ ବିକଶିତ ରାଷ୍ଟ୍ର ନିର୍ମାଣ ଦିଗରେ ସେମାନଙ୍କ ଭୋଟ କେତେ ମୂଲ୍ୟବାନ କହି ଭଲ ପ୍ରତିନିଧି ତଥା ନେତାଟି’ଏ ବାଛି ରାମରାଜ୍ୟ ଗଠନରେ ସହାୟକ ହେବା ସମ୍ପର୍କରେ ଉପସ୍ଥିତ ସମସ୍ତ’ଙ୍କୁ ସଚେତନ କରାଇ ଥିଲେ ।ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ରି ସିମାଦ୍ରୀ ,ଜଗନ୍ନାଥ ମହାପାତ୍ର , ବାବୁନା ବେହେରା ଏବଂ କେ: ପ୍ରଶାନ୍ତ ପ୍ରମୁଖ ଜିଲ୍ଲା ବିଜେପି’ର ବରିଷ୍ଠ ନେତୃବୃନ୍ଦ ମଞ୍ଚାସିନ ଥିଲେ ।ବହୁ ସଂଖ୍ୟାରେ କଲେଜ ଛାତ୍ରଛାତ୍ରୀ , ଯୁବକ ଯୁବତୀ , ନୂତନ ଭୋଟର ଏବଂ ଦଳୀୟ ଯୁବନେତା ମାନେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ବାର୍ତ୍ତା’ର ସିଧା ପ୍ରସାରଣ ଆଭସି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ