Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିଲେ ଶଶାଙ୍କ ପାତ୍ର : ସୁଧୀର କୁମାର ନନ୍ଦ ଲାଞ୍ଜିଗଡ଼ର ନୂଆ ବିଡିଓ

କଳାହାଣ୍ଡି,୨୫/୦୧-ସମ୍ଭାବ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଓଏଏସ୍ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାରା ରାଜ୍ୟର ୧୧୧ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ବଦଳିବା ନେଇ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଇ କ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କୁ ବଉଦ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ବଦଳି ହୋଇଥିବାବେଳେ ସୁନ୍ଦରଗଡ଼ରେ ଡେପୁଟି କଲେକ୍ଟର ଥିବା ୨୦୨୩ ବ୍ୟାଚ୍ ତଥା ୨୩୯ ରେଙ୍କ ହୋଲଡର ସୁଧୀର କୁମାର ନନ୍ଦଙ୍କୁ ଲାଞ୍ଜିଗଡ଼ ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ଏନ୍. ଜଗଜୀବନ ଚୌଧୁରୀଙ୍କ ସ୍ଥାନରେ ରିପୁନାଥ ସୁନା ନର୍ଲା ବିଡିଓ, ପ୍ରୀତା କୁମାରଙ୍କ ସ୍ଥାନରେ ଚନ୍ଦନ କୁମାର ଭୋଇ ଭବାନୀପାଟଣା ସଦର ବିଡିଓ, କର୍ଲାମୁଣ୍ଡା ବିଡିଓ ଭାବେ ମଣ୍ଟୁ ଖମାରୀ ଯୋଗଦେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ