Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ଦ୍ୱାରା ସାଧାରଣତନ୍ତ୍ର ଦିବସ ପାଳିତ : ଜୋର ଧରିଲା ପାଇକ ରେଜିମେଣ୍ଟ ଗଠନ ଦାବି

କଳାହାଣ୍ଡି,୨୬/୦୧-କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ଦ୍ୱାରା ଲାଞ୍ଜିଗଡସ୍ଥିତ ଭୈରବ ମନ୍ଦିର ପ୍ରାଙ୍ଗଣରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜର କୁଳାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେସନିଆ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ସେ ଭାରତୀୟ ସେନାବାହିନୀରେ ପାଇକ ରେଜିମେଣ୍ଟ ସ୍ଥାପନ ନେଇ ଦାବି ଜଣାଇବା ସହିତ କ୍ଷତ୍ରୀୟ ପାଇକ ସମାଜ ତରଫରୁ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲଗାତାର ଦାବି ଉପସ୍ଥାପନ କରାଯାଉଛି ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ପାଇକ ସମାଜର ଶିଶିର ପୁଝାରୀ, ଯୁଧିଷ୍ଟିର ପାତ୍ର, ସନ୍ତୋଷ ଦଣ୍ଡସେନା, ମଧୁସୂଦନ ପ୍ରଧାନୀ, ଫାଲଗୁନୀ ମୁଣ୍ଡଛିନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ ପାଇକ ସମାଜର ଶହଶହ ପୁରୁଷ ମହିଳା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ