Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ୱନାଥପୁରରେ ସାଧାରଣତନ୍ତ୍ର ଦିବସ ପାଳିତ, ଯୋଗଦେଲେ ବିଧାୟକ

କଳାହାଣ୍ଡି,୨୬/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡିଆରେ ଆୟୋଜିତ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମୁହିକ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଶଶାଙ୍କ ପାତ୍ର, ତହସିଲଦାର କିରଣ କୁମାର ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଜିପିଇଓ ସରୋଜ ପ୍ରଧାନ, ବରିଷ୍ଠ ନାଗରିକ ହରିଶଙ୍କର ପାତ୍ର, ବଳରାମ ବେହେରା, ରଘୁବୀର ନାଗ, ହରେକୃଷ୍ଣ ଘଡେଇ, ହରିହର କୁମାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କିଶୋର କୁମାର ଘଡେଇ ସଭା ପରିଚାଳନା କରିଥିଲେ। ସେହିପରି ବ୍ଲକ କାର୍ଯ୍ୟାଳୟ, ସିଡିପିଓ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ବିଇଓ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସମସ୍ତ ସ୍କୁଲ ଓ କଲେଜ ଏବଂ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଟାନଗୁଡିକରେ ଏହି ଜାତୀୟ ମହାପର୍ବ ପାଳିତ ହୋଇଯାଇଛି।