Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱନାଥପୁର ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ତପସ୍ୟା ବାହୁବଳୀ ଅପେରା : ପ୍ରଥମ ରାତିରେ ମଞ୍ଚସ୍ଥ ହେବ ‘କାନ୍ଦିବାକୁ ଆଖି କାନ୍ଧ ଖୋଜୁଛି’

କଳାହାଣ୍ଡି,୨୮/୦୧-ଅଷ୍ଟମ ବର୍ଷରେ ପଦାର୍ପଣ କରିଥିବା ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ତପସ୍ୟା ବାହୁବଳୀ ଗଣନାଟ୍ୟ। ଧନୁଯାତ୍ରାର ପଞ୍ଚମ ଦିନରେ ଆଜି ଏହାର ଶୁଭାରମ୍ଭ ହେବାକୁ ଯାଉଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ ଆସିଥିବା ଏହି ଯାତ୍ରାପାର୍ଟିରେ ଦମଦାର କାହାଣୀ ପେଡି ସହିତ ଅନେକ ନାମିଦାମୀ କଳାକାର କରିବେ ନିଖୁଣ ଅଭିନୟ। ଆଜିଠୁ ଏହାର ଶୁଭାରମ୍ଭ ହେବାକୁ ଯାଉଥିବାବେଳେ ଆଜି ପ୍ରଥମ ରାତିରେ ପାର୍ଟି ମଞ୍ଚସ୍ଥ କରିବ ବହୁ ଅଭିଜ୍ଞ ଓ ନବାଗତ କଳାକାରଙ୍କୁ ନେଇ ଏହାର ଦମଦାର କାହାଣୀରେ ଭରା ବହି ‘କାନ୍ଦିବାକୁ ଆଖି କାନ୍ଧ ଖୋଜୁଛି’। ଏଇଥିପାଇଁ ବିଶ୍ୱନାଥପୁରରେ ଜୋରଦାର ଗହଳି ଆରମ୍ଭ ହୋଇସାରିଛି। ଧନୁଯାତ୍ରା କମିଟି ତରଫରୁ ସମସ୍ତ ସଦସ୍ୟ ପ୍ରସ୍ତୁତିରେ ଲାଗିପଡିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ