Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରଳାଖେମୁଣ୍ଡି ଆଦର୍ଶଥାନା ପୋଲିସକୁ ମିଳିଚ୍ଛି ବଡ଼ ସଫଳତା: ଟଙ୍କା ବଦଳ ନାଁରେ ଠକେଇ, ୨ ଗିରଫ

ପାରଳାଖେମୁଣ୍ଡି:୨୯/୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୂମା ସ୍ଥିତ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ କୁ ମିଳିଛି ବଡ ସଫଳତା ଏକ ବଡ ଧରଣର କଳା ଅର୍ଥ କାରବାରକୁ ଧରି ପାରିବାରେ ସକ୍ଷମ ହୋଇ ପାରିଛି ପାରଳାଖେମୁଣ୍ଡି ପୋଲିସ | ଆନ୍ଧ୍ରର କିଛି ବ୍ୟବସାୟୀ ୩୦ ଲକ୍ଷଟଙ୍କାର ୫ସହ ନୋଟ୍ କୁ ୨ହଜାର ଟଙ୍କାରେ ପରିବର୍ତ୍ତନ କରୁଥିଲେ | ପିତ୍ୟେକ ୨ହଜାର ନୋଟ୍ ପିଛା ଗୋଟିଏ ପାଞ୍ଚସହ ଟଙ୍କା ବଦଳାଇବାର ଡିଲରେ ଟଙ୍କା ଲେଣଦେଣ ହେଉଥିଲା | ଆନ୍ଦ୍ରର ଜନୈକ ବ୍ୟବସାୟୀ ଓ ପାରଳାଖେମୁଣ୍ଡିର ବସ ନାମକ ବ୍ଯକ୍ତିର ମଧ୍ୟରେ ହୋଇଥିଲା ଏହି ଡିଲ | ତେବେ ସେମାନଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହେଉଥିବା ବେଳେ ସ୍ଥାନୀୟ ବସ ନାମକ ବ୍ୟକ୍ତି ବ୍ୟବସାୟୀ ଟଙ୍କା ନେଇ ଦୈଡି ପଲାଇଯାଉଥିବା ବେଳେ କିଛି ସ୍ଥାନୀୟ ଲୋକେ ଭଲିବଲ ଖେଳୁଥିଲେ ସେମାନେ କଳାଅର୍ଥ କାରବାରକାରୀଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ | ପୋଲିସ ତଦନ୍ତ କରି ୨ଜଣଙ୍କୁ ଗିରଫ କରିବାସହ ତାଙ୍କ ଠାରୁ ୫ଟି ମୋବାଇଲ, ୩୦ଲକ୍ଷ ଜବତ କରିଛି। ଗିରଫ ହୋଇଥିବା ବ୍ଯକ୍ତି ଜଣକ ବିନୋଦ ରାଇପିଲି ଆନ୍ଦ୍ରପ୍ରଦେଶର ସାଲୁରୁ ଗ୍ରାମର ଅନ୍ୟ ଜଣେ ତନୁଜ କୁମାର ସାବତ ଗଜପତି ଜିଲ୍ଲାର କାର୍ଯ୍ୟରତ ପୋଲିସ କନିଷ୍ଠେବଲ। ଉକ୍ତ ଘଟଣାରେ ଆଉ ୫ଜଣ ଫେରାର ଥିବା ପାରଳାଖେମୁଣ୍ଡି ଏସଡିପିଓ ମାଧବନ୍ଦ ନାୟକ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏହି ସାମ୍ବାଦିକ ସମ୍ମିଳନୀ ରେ ପାରଳାଖେମୁଣ୍ଡି ଆଇ ଆଇ ସି ପ୍ରଶାନ୍ତ ଭୂପତି ଉପସ୍ଥିତ ଥିଲେ

More Stories