Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମଠାରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଛି

ପାରଳାଖେମୁଣ୍ଡି:୨୯/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ମାଣ୍ଡିଆ ମଣ୍ଡି ନିମନ୍ତେ ସର୍ବସାଧାରଣ ଏବଂ ଚାଷୀ ମାନଙ୍କୁ ସଚେତନତା ରଥ ପରିକ୍ରମା ଶେଷ ହୋଇଥିବା ସମୟରେ ଆଜି ଚାଷୀ ମାନଙ୍କର ଅପେକ୍ଷାର ଅନ୍ତ ଘଟିଛି ! ଆଜି ଚାଷୀ ଭାଇ ମାନଙ୍କ ପାଇଁ ମାଣ୍ଡିଆ ମଣ୍ଡି ର ସେରଙ୍ଗ ଗ୍ରାମ ଠାରେ ଉଦଘାଟିତ ହୋଇଯାଇଛି ..ଏହି ଉଦଘାଟନ ଉସ୍ରବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଯୋଗଦେଇ ଉଦ୍ଧଘାଟନ କରିଥିଲେ ସମ୍ମାନୀତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଶ୍ରୀ – ନାରାୟଣ ଚାନ୍ଦ ,ସିସିଡି ସେକ୍ରେଟାରୀ ଶ୍ରୀଏ.ଜଗନ୍ନାଥ ରାଜୁ ଟି ଡି ସି ସି ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ବ୍ଲକ ସଂଯୋଜକ ପ୍ରଦୀପ ଗମାଙ୍ଗ, ଉଜ୍ଜ୍ୟାଲା ଉତ୍ପାଦକ ଚାଷୀ ସଂଘଠନ ଗୁମ୍ମା ବ୍ଲକର ଏଫ ଏଫ୍ ଓ ବୋର୍ଡ଼ ମେମ୍ବରସ ଶ୍ରୀ ଶଶୀ ଗମାଙ୍ଗ, ଏଲିୟ ମଣ୍ଡଳ, ମିଲେଟ ମିଶନ ର ଷ୍ଟାଫ ଏବଂ ଚାଷୀ ବୃନ୍ଦ ଉପସ୍ଥିତ ରହି ମଣ୍ଡି ଉଦ୍ଧଘାଟନ ରେ ଉପସ୍ଥିତ ଥିଲେ.. ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ କୁଇଣ୍ଟାଲ ପିଛା 3846/- ଟଙ୍କା ମୂଲ୍ୟ ରେ ଚାଷୀ ମାନଙ୍କ ଠାରୁ FPO କ୍ରୟ କରିବ .ସେରଙ୍ଗ ନିମନ୍ତେ ସେରଙ୍ଗ GP ଅଫିସ,ଗୁମା ନିମନ୍ତେ ଗୁମା ସମବାୟ କେନ୍ଦ୍ର ଅଫିସ,‌ ଅଜୟଗଡ଼ ପାଇଁ gp ଅଫିସ,ଗାଇବା ପାଇଁ ଗାଇବା ଠାରେ, ଏହି ପରି ଗୁମା ବ୍ଲକ ରେ ୫ ଗୋଟି ମଣ୍ଡି ର ବ୍ୟବସ୍ତା କରାଯାଇଛି… ଚଳିତ ବର୍ଷ ଗୁମ୍ମା ବ୍ଲକ ପାଇଁ 9000 କୁଇଣ୍ଟାଲ ର କ୍ରୟ ନିମନ୍ତେ ଏଫ୍ ଏଫ୍ ଓ କୁ ଟାର୍ଗେଟ ଦିଆଯାଇଛି..

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ