Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶକ୍ତି ଅନୁଷ୍ଠାନ ଦ୍ବାରା ଶିଶୁ ଅଧିକାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି,୦୧/୦୨ -ରାୟଗଡା ତଥା କଳାହାଣ୍ଡି ଜିଲ୍ଲାର ପ୍ରମୁଖ ସ୍ବେଛାସେବୀ ସଂସ୍ଥା ଶକ୍ତି ଅନୁଷ୍ଠାନ ତରଫରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର ଗ୍ରାମ ମୁଖିଆ, ମନ୍ଦିର ପୂଜକ, ପଂଚାୟତ ପ୍ରତିନିଧି, ମିଶନଶକ୍ତିର ମହିଳାମାନଙ୍କୁ ନେଇ ସ୍ଥାନୀୟ ଆମ୍ବେଦକର ଭଵନଠାରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଂଚାୟତ ପ୍ରତିନିଧି, ମହିଳା ଗୋଷ୍ଠୀର ସଦସ୍ୟା ଏବଂ ସମାଜର ବିଭିନ୍ନ ବର୍ଗର ୬୦ ଜଣ ବ୍ୟକ୍ତିବିଶେଷ ଭାଗନେଇ ତାଲିମ ଗ୍ରହଣ କରିଥିଲେ। ଶକ୍ତି ଅନୁଷ୍ଠାନ ତରଫରୁ ଶିଶୁ ସୁରକ୍ଷା ବିଶେଷକରି ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଶ୍ରମିକ ପ୍ରଥାକୁ କିଭଳି ବନ୍ଦ କରାଯାଇ ପାରିବ ଏବଂ ଏ ଦିଗରେ ସେମାନଙ୍କ କଣ ଭୂମିକା ରହିବ ସେ ବିଷୟରେ ସବିଶେଷ ତାଲିମ ପ୍ରଦାନ କରାଯାଇଥିଲା। ଏହାସହିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଭାଗୀ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶପଥ ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶକ୍ତି ଅନୁଷ୍ଠାନର ଜିଲ୍ଲା ସଂଯୋଜକ ସୁଜିତ ସେନ ଯୋଗ ଦେଇଥିବାବେଳେ ଶକ୍ତି ଅନୁଷ୍ଠାନର ଏସ. ସୁଜାତା, ଡେଭିଡ ନିଆଲ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଚନ୍ଦ୍ରା ଜାଲ, ସ୍ୱପ୍ନା ଧଙ୍ଗଡାମାଝୀ, ବାଳକୃଷ୍ଣ ମଲିକ, ନିରାକାର ଦୁର୍ଗା, ଶରତ ବାଣୁଆ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ