Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଓଡ଼ିଶା କବି ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜ଼ିଲ୍ଲା ସ୍ତରୀୟ ମିଶନ ଶକ୍ତି କବି ସମ୍ମିଳନୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି। ଏହି କବି ସମ୍ମିଳନୀରେ ଜିଲ୍ଲାର ସମସ୍ତ ବ୍ଲକର ୫୦ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଯୋଗଦାନ କରି ନିଜସ୍ୱ କବିତା ଆବୃତ୍ତି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୩ ଜଣଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଯୋଗଦେଇଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟ ର ଉନ୍ନତି ଓଡ଼ିଆ ଭାଷା ର ସମ୍ମାନତା ପାଇଁ ଆଜିର ଏହି ସମ୍ମିଳନୀରେ ଆଲୋକପାତ କରାଯାଇଥିଲା ।ଏଥିରେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜମଣୀ ନାୟକ,ଜ଼ିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ପ୍ରୋଗ୍ରାମ ଅଫିସର, ଜ଼ିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ଶ୍ରୀ ଟିମନ୍ ବରା, ମିଶନ ଶକ୍ତି ସହ ସଂଯୋଜକ ,ଶ୍ରୀମତୀ ମନସ୍ମିତା ପାତ୍ର,ସ୍ନାତକ ମହିଳା ମହାବିଦ୍ୟାଳୟ, ଅଧକ୍ଷା,ଡ଼. କଲ୍ୟାଣୀ ମିଶ୍ର, ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ