Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋବର୍ଦ୍ଧନପୁର ପଞ୍ଚାୟତରେ ଆମ ଓଡ଼ିଶା-ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି,୦୩/୦୨-ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଓ ଏହାର ପ୍ରଚାର, ପ୍ରସାର ପାଇଁ ଆରମ୍ଭ ହୋଇଛି ପଂଚାୟତସ୍ତରୀୟ ଆମ ଓଡିଶା-ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଂଚାୟତ ମୁଖ୍ୟାଳୟ ମଧୁପୁରଠାରେ ମହାସମାରୋହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନେଇ ଆଜି ପଂଚାୟତ ଅଂଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ବିପିଏମ ସଞ୍ଜୀବ କହଁର, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ସୁରେନ୍ଦ୍ର ମାଝୀ, କେତକୀ ମାଝୀ, ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ମହିଳା ପରିଦର୍ଶିକା ରମା ପାତ୍ର, ସାମ୍ବାଦିକ ନୀଲେଶ ନାଗ ଓ ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରପଞ୍ଚ ବୈଦେହୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତପନ କୁମାର ଭୋଇ, ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ। ସମସ୍ତ ୱାର୍ଡ ସଭ୍ୟ, ସଭ୍ୟାଙ୍କ ଉପସ୍ଥିତିରେ ପଂଚାୟତ ନିର୍ବାହୀ ଅଧିକାରୀ ଅମର ସିଂ ପୁଝାରୀ, ଗ୍ରାମ ରୋଜଗାର ସେବକ ବିଭୁଦାନନ୍ଦ ଭୋଇ, ଯୋଗାଣ ସହାୟକ କମଲ ମାଝୀ, ବିଏଫଟି ରାମସାଗର ମାଝୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତପନ ମାଝୀ, ମନୋଜ ବେହେରା, ପିତାମ୍ବର ମାଝୀ, ଦ୍ୱିତୀବାହନ ପଧାନ, ସୁଦର୍ଶନ ଗଉଡ଼, ରମାକାନ୍ତ ଗଉଡ଼, ସହଦେଵ ଛତର, ଜିତୁ ଗଉଡ଼, ସୁରେନ୍ଦ୍ର ଗଉଡ଼ଙ୍କ ସମେତ ଶିକ୍ଷକ ବୃନ୍ଦ, ଗାଁ ସାଥୀ, ସିଆରପି, ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଶିଷ୍ଟ ହାସ୍ୟ କଳାକାର ଲୋଚନ ମାଝୀ, ଆଶୁକବି ମଧୁସୂଦନ ରାଉତ ଲୋକଙ୍କୁ ବିଳମ୍ବିତ ସନ୍ଧ୍ୟା ଯାଏଁ ବାନ୍ଧି ରଖିଥିବାବେଳେ ନିହାରିକା ବିଶ୍ୱାଳଙ୍କ ପରିଚାଳନାରେ ୨୦ଗୋଟି ନୃତ୍ୟଦଳ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ମାନ ଖୋଲାଯାଇଥିଲା।