Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶମ ଦିବସରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

କଳାହାଣ୍ଡି,୦୩/୦୨-ମଥୁରା ନରେଶ ମହାରାଜ କଂସଙ୍କ ରାଜ ଦରବାର ବସିଛି। ନିଜ ପାତ୍ର, ମନ୍ତ୍ରୀ ଓ ରାଜ ପାରିଷଦବର୍ଗଙ୍କ ସହିତ ନିଜ ସମ୍ଭାବ୍ୟ ମୃତ୍ୟୁକୁ ଟାଳିବାକୁ ବିଚାର ବିମର୍ଶ କରିଛନ୍ତି। ଏହାପରେ ନିଜ ପ୍ରବଳ ପରାକ୍ରମ ଦେଖାଇ ଯମଲୋକରେ ପ୍ରବେଶ କରିଛନ୍ତି। ଯମରାଜାଙ୍କ ସହିତ ସାକ୍ଷାତ କରି ନିଜ ପାପ ପୁଣ୍ୟ ବିଚାର ନିଜେ କରିଛନ୍ତି। ଧର୍ମରାଜଙ୍କ ସହିତ ପରାମର୍ଶ ପରେ ନିଜ ବନ୍ଦୀଶାଳରେ ବନ୍ଦୀ ଥିବା ଓ ଚାକର ପଣେ ଖଟୁଥିବା ସ୍ୱର୍ଗର ଦେବଗଣଙ୍କୁ ମୁକ୍ତି ପ୍ରଦାନ କରିଛନ୍ତି। ସେହିପରି ବାରମ୍ବାର ଦୁଃସ୍ବପ୍ନ ପରେ ଦୁଃଖିତ ହୋଇପଡିଛନ୍ତି ମହାରାଜ କଂସ। ନିଜ ପାତ୍ରମନ୍ତ୍ରୀଙ୍କ ସହ ପରାମର୍ଶ କରିଛନ୍ତି। ଧନୁଯାତ୍ରାର ଆୟୋଜନକୁ ନେଇ ପ୍ରସ୍ତୁତି ପରେ ଶ୍ରୀକୃଷ୍ଣ ବଳରାମଙ୍କୁ ଡକାଇ ଆଣିବାକୁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ କରିଛନ୍ତି। ମହାରାଜଙ୍କ ଆଦେଶରେ ଗୋପପୁର ପ୍ରସ୍ଥାନ କରିଛନ୍ତି ଅକ୍ରୁର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବର ଦଶମ ଦିବସରେ ରାଜ ଅତିଥି ଭାବେ ମା ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଧନୁଯାତ୍ରା କମିଟି ଉପସଭାପତି ମୀନକେତନ ଦଳେଇ, ଯୁବ ସମାଜସେବୀ କିଶୋର ଘଡେଇ ପ୍ରମୁଖ ଯୋଗଦେଇଥିଲେ। ମହାରାଜ କଂସ ଭୂମିକାରେ ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀ, ମହାମନ୍ତ୍ରୀ ଓ ଧର୍ମରାଜ ଯମ ଭାବେ ଧନେଶ୍ବର ବାଗ, ସେନାପତି ଭାବେ ଲୋକେଶ ରଞ୍ଜନ ସୁନାନୀ, ଭାବେ ତରଣୀସେନ ବାରିକ ଓ ଅନ୍ୟ କଳାକାରଙ୍କ ଅଭିନୟ ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଯୁବ ଲେଖକ ଓ ସାମ୍ବାଦିକ ସୁଶୀଲ କୁମାର ବାଗ ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଧନୁଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ଘଡ଼େଇ, ସଭାପତି ଅନନ୍ତ ପ୍ରଧାନୀ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ, ଘନଶ୍ୟାମ ସୁନା, ଧବଳେଶ୍ଵର ଠେଲା, ଉପେନ୍ଦ୍ର ସାହୁ, ପ୍ରମୋଦ ଗୋୟଲ, ଆଲୋକରଞ୍ଜନ ଦେହୁରୀ, ଗଣେଶ ବେହେରାଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଷଷ୍ଠ ଦିନରେ ବାହୁବଳୀ ତପସ୍ୟା ଗଣନାଟ୍ୟ ପକ୍ଷରୁ ‘ତପସ୍ୟା କରୁଛି ତୋରି ପାଇଁ’ ପ୍ରଦର୍ଶିତ ହୋଇଥିଲା। କଳାହାଣ୍ଡି ପୁଲିସ ପକ୍ଷରୁ ହାବିଲଦାର ନକୁଳ ନାଏକଙ୍କ ନେତୃତ୍ୱରେ ଛଅଜଣ ପୁଲିସ କର୍ମୀ ଓ ବିଶ୍ୱନାଥପୁର ଥାନା ପକ୍ଷରୁ ମମତା ହେମ୍ବ୍ରମଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସବାହିନୀ ନିୟୋଜିତ ଥିବାବେଳେ ଜେଜେ ଗ୍ରୁପର ସୌମ୍ୟରଞ୍ଜନ କର, ଆକାଶ ସାହୁ, ରିଙ୍କୁ ପ୍ରଧାନୀଙ୍କ ସମେତ ସମସ୍ତ ସଦସ୍ୟ, ପ୍ରଗତି ଯୁବକେନ୍ଦ୍ର, ଠାକୁରାଣୀ ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ