Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ। ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ସୋମବାର ସୁପ୍ରିମକୋର୍ଟ ଦୁଇଟି ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ଯୋଜନା ମନମୁଖୀ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ।

ଅନ୍ୟ ବିଚାର ଅପେକ୍ଷା ଜନସାଧାରଣଙ୍କ ସ୍ୱାର୍ଥ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ଆରମ୍ଭ ହେବା ପୂର୍ବରୁ ପ୍ରତିରକ୍ଷା ନିଯୁକ୍ତି ପ୍ରକ୍ରିୟାରେ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି କରିବାର ଅଧିକାର ନାହିଁ।