Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂସବଧ ସହିତ ଉଦଯାପିତ ହେଲା ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

କଳାହାଣ୍ଡି,୦୫/୦୨-ଅତ୍ୟାଚାରୀ କଂସବଧ ସହିତ ଉଦ୍‌ଯାପିତ ହୋଇଯାଇଛି ବିଶ୍ୱନାଥପୁର ଧନୁଯାତ୍ରା । ଏଗାର ଦିନ ଧରି ଚାଲିଥିବା ଧନୁଯାତ୍ରା କଂସବଧ ସହିତ ଶେଷ ହୋଇଥିବାବେଳେ ଶେଷ ଦିନର ଦୃଶ୍ୟରେ ଶ୍ରୀକୃଷ୍ଣ ବଳରାମଙ୍କ ଦ୍ୱାରା କୁବୁଜା ଉଦ୍ଧାର, ଅଷ୍ଟମଲ୍ଲ ଓ ଚାଣୁର ମୁଷ୍ଟିକ ବଧ ଆଦି ଦୃଶ୍ୟ ସହିତ କଂସବଧ ଦୃଶ୍ୟ ଅଭିନୀତ ହୋଇଥିଲା । ଧନୁଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ବିଶ୍ୱନାଥପୁର ଲୋକାରଣ୍ୟ ହୋଇ ଉଠିଥିଲା । ଏପରିକି କଳାହାଣ୍ଡି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା । ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ ଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଲାଞ୍ଜିଗଡ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ଧନୁଯାତ୍ରା କମିଟିର ସଭାପତି ଅନନ୍ତରାମ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତାନନ୍ଦ ଘଡେଇ, ସମାଜସେବୀ କିଶୋର ହରପାଲ, ଭୈରମଲ ଘଡେଇ ପ୍ରମୁଖ ଯୋଗ ଦେଇଥିଲେ । ରାଜ ଦରବାରରେ ସଭା ପରିଚାଳନା କରିଥିଲେ ସୁଶୀଲ କୁମାର ବାଗ । ଏହି ଅବସରରେ ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ବରିଷ୍ଠ ଅଭିନେତା ଆର୍ତ୍ତତ୍ରାଣ ସୁନାନୀଙ୍କ ସମେତ ବଲାଙ୍ଗୀର ଜିଲ୍ଲା ଲାଠୋରସ୍ଥିତ ଦକ୍ଷିଣେଶ୍ୱରୀ ପୌରାଣିକ ନାଟ୍ୟକୁଞ୍ଜର ସମସ୍ତ କଳାକାରମାନଙ୍କୁ ମାନପତ୍ର ଓ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସଭା ପରିଚାଳନା ଦାୟିତ୍ୱରେ ଥିବା ଶ୍ରୀ ବାଗଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଧନୁଯାତ୍ରା କମିଟିର ମନୋରଞ୍ଜନ ବିଶି, ତରୁଣ କୁମାର ଦାସ, ଘନଶ୍ୟାମ ସୁନା, ମୀନକେତନ ଦଳେଇ, ମନୋରଞ୍ଜନ ନାଏକ, ବନମାଳୀ ଦଳେଇ, କ୍ଷୀରସିନ୍ଧୁ ସାହୁ, ଧବଳେଶ୍ୱର ଠେଲାଙ୍କ ସମେତ ବିଶ୍ୱନାଥପୁର ଅଂଚଳବାସୀ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ