Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଦାରନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କଳାହାଣ୍ଡି,୦୭/୦୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଂଚାୟତ ରାମଚନ୍ଦ୍ରପୁର ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ କେଦାରନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସ୍ଥାନୀୟ ରେଲୱେ କ୍ରିକେଟ ପଡିଆରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବଲେଖକ ଓ ସାମ୍ବାଦିକ ସୁଶୀଲ କୁମାର ବାଗ, ମାନସ ପରିଡା, ହିମାଂଶୁ ଝାଙ୍କର, ମନୋଜ ବେହେରା, ହୃଷିକେଶ ପୁଟେଲ ପ୍ରମୁଖ ଯୋଗଦେଇଥିଲେ। ଉଦଘାଟନୀ ମ୍ୟାଚ ଆଇଟିଡିଏ ଏକାଦଶ ଓ ଜୟ କୋଶଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଆଇଟିଡିଏ ଏକାଦଶ ବିଜୟ ଲାଭ କରିଥିଲା। ସେହିପରି ଅନ୍ୟ ଏକ ମ୍ୟାଚ ଆୟୋଜକ ରାମଚନ୍ଦ୍ରପୁର ଓ ଭବାନୀପାଟଣା ଡୁକୁମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ରାମଚନ୍ଦ୍ରପୁର ଦଳ ବିଜୟୀ ହୋଇଥିଲା। ସେହିପରି ଆଜି ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଆୟୋଜକ ରାମଚନ୍ଦ୍ରପୁରକୁ ହରାଇ ଆଇଟିଡିଏ ଏକାଦଶ ବିଜୟ ଲାଭ କରିଥିଲା। ମୋହନ ବାଗ, ପିଙ୍କୁ ମିର୍ଦ୍ଧା, କମଲ ମାଝୀ, ଅଜିତ ମାଝୀ, ବିକାଶ ଦୁର୍ଗା ଖେଳ ପରିଚାଳନା କରିଥିଲେ।ଆୟୋଜକ କମିଟି ତରଫରୁ ବିକ୍ରମ ଛତ୍ରିଆ, ସମୀର ବେହେରା, ଜୟପ୍ରକାଶ ପଣ୍ଡା, ଦୁର୍ବାଦଳ ବାଗ, ଦିଗାମ୍ବର ଛତ୍ରିଆଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ