Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ମୋହନା ବ୍ଲକରେ ବାସ ବାସ କରୁଥିବା ହିତାଧିକାରୀଙ୍କୁ ଘର ଖଣ୍ଡେ ନ ମିଳିବାରୁ଼ ଧରଣାରେ ବସିଲେ ୩ ଅସହାୟ ଏ ହେଉଛି ରାଜ୍ୟ ନବୀନ ସରକାରଙ୍କ ବିକଳ ଦୃଶ୍ୟ

ପାରଳାଖେମୁଣ୍ଡି:୧୩/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ବ୍ଳକ କାର୍ଯ୍ୟାଳୟ ଠାରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର । ଶାରୀରିକ ଅକ୍ଷମତା ସହ ଦାରିଦ୍ର୍ୟ ପରିସ୍ଥିତି ସତ୍ତ୍ବେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳୁନି। ଯାହାଫଳରେ ବର୍ଷ ବର୍ଷ ଧରି ସରପଞ୍ଚ ଠାରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବା ସତ୍ତ୍ବେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା ମଧ୍ୟ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଆବସ ଯୋଜନା ନ ମିଳିବାରୁ ଶେଷରେ ନିରୁପାୟ ହୋଇ ମହିଳାଙ୍କ ବ୍ଳକ କାର୍ଯ୍ୟାଳୟ ବାରଣ୍ଡାରେ ଧରଣା ରେ ବସିଛନ୍ତି ମୋହନା ବ୍ଲକ ର ବାରଗୁଡା ଗ୍ରାମର ସୁମିତ୍ରା ନାୟକ ସୁମିତ୍ରା ନାୟକଙ୍କ ସହ ମାନସିକ ଭାରସାମ୍ୟ ହରାଇଥିବା ଝିଅ ଅମ୍ରିତା ନାୟକ ଓ କୋମଳମତି ଶିଶୁ କ୍ରିସ୍ ବଳିଆଭସିଂ ଭଙ୍ଗା କୁଡିଆ ଘରେ ରହି ଆସୁଛନ୍ତି । ସରକାରଙ୍କ ତରଫରୁ ଭିନ୍ନକ୍ଷମ ଭତ୍ତା ଟଙ୍କା ମା ଓ ଝିଅଙ୍କୁ ମିଳୁଥିବା ବେଳେ ଘରେ ଖଣ୍ଡେ ପାଇବା ପାଇଁ ବ୍ଲକ କାର୍ଯ୍ୟଳୟ ଓ ପଞ୍ଚାୟତ କାର୍ଯ୍ୟଳୟ କୁ ଧାଇଁ ଧାଇଁ ଥକି ପଡିଲେ ପରି ଶେଷରେ କୌଣସି ସୁଫଳ ମିଳୁ ନ ଥିବାରୁ ବାଧ୍ୟ ହୋଇ ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ମଣ୍ଡପରେ ୪ଦିନ ଧରି ନିଜର କମକ ଶିଶୁଙ୍କୁ ଧରି ପଡି ରହିଥିବା ସତେ ସ୍ଥାନୀୟ ବିଡିଓ ହଳଧର ଶବର ମାନବିକତା ଦୃଷ୍ଟିରୁ ଦିବ୍ୟଙ୍ଗ ମହିଳାଙ୍କ ପାଖକୁ ଯାଇ ପଚାରି ଦୁଃଖ ବୁଝି କଥା କିନ୍ତୁ ସମୟ ନଥିବା ଦର୍ଶାଇ ସେହି ମହିଳା ପାଖକୁ ଯାଇ ନଥିବା ଅଭିଯୋଗ ହେଉଛି l ଦୁଃଖର ବିଷୟ ଏହି କି ଯେ ଏହା କଣ ନବୀନ ସରକାରଙ୍କ ମାଙ୍କୁ ସମ୍ମାନର ଦୃଶ୍ୟ କି ବୋଲି ଏଠାରେ ସର୍ବସାଧାରଣରେ ପ୍ରଶ୍ନ ଉଠିଛି। ଦେଖି ବାକୁ ବାକିରହିଲା ମୋହନା ବିଡିଓ ଶ୍ରୀ ଶବର ଧାରଣା ସ୍ଥୁଳକୁ କେବେ ଜାଇ ଦିବ୍ୟଙ୍ଗ ମହିଳାଙ୍କୁ ଦୁଃଖ ସୁଣି ସମାଧାନ କରୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ