Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଇ ମେଇନ୍ସ ପ୍ରଥମ ପର୍ଯ୍ୟାୟରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରୀୟଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

ପାରଳାଖେମୁଣ୍ଡି:୧୫/୨(ଗରୁଡ଼ ଧ୍ୱଜ ଚୌଧୁରୀ)ଜେଇ ମେଇନ୍ସ ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରୀୟଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା ।ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥତ ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଆଉ ଏକ ବିରାଟ ସଫଳତାର ଫର୍ଦ ଯୋଡ଼ି ହୋଇଯାଇଛି । ଗତ ଜାନୁଆରୀ ମାସରେ ଆୟୋଜିତ ହୋଇଥିବା ଜେଇ ମେଇନ୍ସ ପ୍ରଥମ ପର୍ଯ୍ୟାୟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ସ୍କୁଲର ଦ୍ବାଦଶ ଶ୍ରେଣୀର ଛାତ୍ର ସାଇ ଶ୍ରୀନିବାସ ପଣ୍ଡା ଶତକଡା୯୬.୪ ସ୍କୋର ହାସଲ କରିଥିବା ବେଳେ ତନିଶା ପାତ୍ର ୯୨.୫, ରାହୁଲ ଗୌଡ଼ ୯୨.୨, ସମାନ୍ତର ମୈତ୍ରା ୮୭.୫, ଜାହ୍ନବୀ ୮୫.୪ ଓ ପ୍ରବୀର ଲିମା ୮୫.୨ ଶିବ ବିଶ୍ବାଳ ୮୧.୫, କେ, ରାଜେନ୍ଦ୍ର ୭୮.୯ ସ୍କୋର ହାସଲ କରିଛନ୍ତି । ଯାହାକି ସ୍କୁଲ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ । ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ସ୍କୁଲରେ ଖୁସିର ଲହରୀ ଖେଳି ଯାଇଛି। ଅକ୍ଲାନୁ ପରିଶ୍ରମ କରି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲର ଉପାଧ୍ୟକ୍ଷ ପ୍ରୋଫେସର ଡି. ଏନ୍ . ରାଓ, ଅଧ୍ଯକ୍ଷା ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର, ପ୍ରଶାସନ ଅଧୂକାରୀ ପ୍ରଦୀପ କୁମାର ପଣ୍ଡା ଓ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସଫଳତା ପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ