Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାହିତ୍ୟ ଅନୁଷ୍ଠାନ ‘ସିଦ୍ଧାନ୍ତ’ର ସାରସ୍ବତ ସମାରୋହରେ ମଞ୍ଜୁଷା ଇତିହାସ’ ପୁସ୍ତକ ଉନ୍ମୋଚିତ

ପାରଳାଖେମୁଣ୍ଡି:୨୦/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଳାର ସଦର ମହକୂମା ପାରଳାଖେମୁଣ୍ଡିସ୍ଥିତ ଉତ୍କଳ ହିତୈଷିଣୀ ସଭା ଗୃହରେ ‘ସିଦ୍ଧାନ୍ତ’ ସାହିତ୍ୟ ଅନୁଷ୍ଠାନ ଅନ୍ନପୂର୍ଣ୍ଣା ଦେବୀଙ୍କ ଆନୁକୂଲ୍ୟରେ ଡ ଅଧ୍ଯକ୍ଷତାରେ ଏ ଏକ ଭବ୍ୟ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉଦୟନାଥ ପଣ୍ଡାଙ୍କ ‘ମଞ୍ଜୁଷା ଇତିହାସ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଅଧ୍ଯକ୍ଷ ଡ.ଜିତେନ୍ଦ୍ର ନାଥ ପଟ୍ଟନାୟକ ମୁଖ୍ୟ ଅତିଥ୍ ଓ ଉପାନ୍ତ ପ୍ରହରୀ ତଥା ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ମଞ୍ଜୁଷାର ସୁଦୀର୍ଘ ୭୦୦ ବର୍ଷର ଐତିହ୍ୟ ସମ୍ପର୍କରେ କହିବା ସହ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଞ୍ଜୁଷା ରାଜ ପରିବାରର ଅବଦାନ ସମ୍ପର୍କରେ ଦର୍ଶାଇଥିଲେ। ଅଧ୍ୟାପକ ଡ. ନୃସିଂହ ପ୍ରସାଦ ପାଣିଗ୍ରାହୀ, ଅଧ୍ୟାପକ ସୀତାରାମ ପ୍ରଧାନ, କବି ବିଚିତ୍ରାନନ୍ଦ ବେବର୍ଷା ଓ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସାହିତ୍ୟିକଉଦୟନାଥ ପଣ୍ଡାଙ୍କୁ ‘ସିଦ୍ଧାନ୍ତ ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ମୀନାକ୍ଷୀ ପାଣିଗ୍ରାହୀ ସ୍ବାଗତ ଭଷଣ ଦେଇଥିବା ବେଳେ ସଭାକୁ ସଂଯୋଜନା କରିଥିଲେ ଡ. କଲ୍ୟାଣୀ ମିଶ୍ର। ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ଶ୍ରୀମତୀ ଗୌଡ। କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ବାରା ଓଡ଼ିଶୀ ଏବଂ ଭାରତ ନାଟ୍ୟମ ପରିବେଷଣ କରାଯାଇଥିଲା। ଏହା ପରେ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଅଧ୍ୟାପିକା ଅଞ୍ଜନୀ ପଟ୍ଟନାୟକ ଓ ସ୍ପର୍ଶ ପ୍ରଭା ପାଠୀଙ୍କ ସଂଯୋଜନାରେ କବିତାପାଠ ହୋଇଥିଲେ। ସମସ୍ତ କବିତାର ସମୀକ୍ଷା କରିଥିଲେ ଡ. ଭାରତୀ ପାଣିଗ୍ରାହୀ I

More Stories