Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବନ୍ଧ ଖୋଳାରେ ଦୁର୍ନିତି ଶ୍ରମିକ ବଦଳରେ ମେସିନ କାମକରୁଛି

ପାରଳାଖେମୁଣ୍ଡି:୨୧/୨(ଗରୁଡ଼ ଧ୍ଵଜ ନିଏ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଚାଷ ମାନଙ୍କ ନିମନ୍ତେ ଜମିରେ ପାଣି ମଡାଇବା ପାଇଁ ମୃତ୍ତିକା ସଂରକ୍ଷଣ ବିଭାଗ ର ଜଳ ସେଚନ ଯୋଜନା ବିଭାଗ ତରଫରୁ ବନ୍ଧ ଖୋଳାଚାଲିଛି। ଚାଷୀ ଙ୍କୁ କାର୍ଯ୍ୟାଦେଶ ପତ୍ର ଦେଖାଇ ସେମାନଙ୍କ ର ଦସ୍ତଖତ ନେଇ ନିରୁପିତ ସ୍ଥାନରେ ବନ୍ଧ ଖୋଳା ହେଉଛି। ସରକାରଙ୍କ ନିର୍ଦେଶ ପ୍ରକାରେ କାର୍ଯ୍ୟ ହୋଇପାରୁନାହିଁ। ଯଥା ଲେବର କାର୍ଡ ଥିବା ମହିଳା ମାନଙ୍କ ଦ୍ଵାରା କାମ ନ କରାଇ ଜେ.ସି.ବି ଏବଂ ଟ୍ରାକ୍ଟର ସାହାଯ୍ୟରେ ବନ୍ଧ ଖୋଳିବାରେ ଲାଗିଛନ୍ତି।ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସେଠୀ ଓ ସ୍ଥାନୀୟ ଠିକା କାମ କରୁଥିବା ଏଭିଗ୍ୟ ଦୋରା ଙ୍କ ଦ୍ଵାରା ବନ୍ଧ ଖୋଳା କାର୍ଯ୍ୟ ଏଭଳି ବେଆଇନ ଭବେ ଚାଲିଥିବା ଅଭିଯୋଗ ହେଉଛି ଫଳରେ ବନ୍ଧ ଖୋଳା କାର୍ଯ୍ୟରେ କାର୍ଡ ଧାରୀ ହିତାଧିକାରୀ ମାନେ କାମ ପାଇପାରୁ ନାହାନ୍ତି କି ସେମାନଙ୍କୁ ପାରିଶ୍ରମିକ ମିଳୁନାହିଁ ବୋଲି ହିତାଧୀକାରୀ ମାନେ ଅଭିଯୋଗ କରିଛନ୍ତି l ଚାଷୀମାନେ ପଚାରିଲେ ଜେସିବି ଏବଂ ଟ୍ରାକ୍ଟର ଭଡ଼ାରେ ଲାଗିଥିବା ଏଥିରେ ଭଡ଼ା ଅର୍ଥ ମଧ୍ୟ ବଳୁନାହି ବୋଲି ସେମାନଙ୍କୁ ସଫେଇ ଦେଉଛନ୍ତି। ଫଳରେ ଏହାକୁ ନେ଼ଇ ପଲିକାର ମଣ୍ଡଳ,ଗାୟ ନାଇକା,ପିସାରୁ ମଣ୍ଡଳ, ମହିଳା ସଙ୍ଗ କାମରେ ବିନିଯୋଗ ହୋଇ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ତତ୍ ସଙ୍ଗେ ଗାର୍ବିଏଲ ଭୂୟାଁ,ଦାଉଦ ନାଇକା,ଗାୟ ନାଇକା ଟଙ୍କା ପାଇନଥିବା ଜଣାଇଛନ୍ତି। ତୁରନ୍ତ ବିନିଯୋଗ ହୋଇଥିବା ଟଙ୍କା ଦେବା ପାଇଁ ଦାବି ହେଉଛି ମଧ୍ୟ ଠିକାଦାରଙ୍କ ଦ୍ଵାରା କାମ ନ କରାଇବା ପାଇଁ ଦାବି ହେଉଛି। ଉଚ୍ଚ ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇଲା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଇଛନ୍ତି।

More Stories