Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜଗନ୍ନାଥଙ୍କନୂତନ ମନ୍ଦିର ନିର୍ମାଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ

ପାରଳାଖେମୁଣ୍ଡି:୨୧/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହଯୋଗର ହାତ ବଢ଼ି ଚାଲିଛି. ପାରଳାଖେମୁଣ୍ଡି ସହରର ବଡ଼ ବ୍ରାହ୍ମଣ ସାହି ନିବାସୀ ରାଜେନ୍ଦ୍ର ପାତ୍ର ଓ ତାଙ୍କ ପତ୍ନୀ ସରସ୍ବତୀ ପାତ୍ର ନୂତନ ମନ୍ଦିର ନିର୍ମାଣ ସକାଶେ ୫୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି. ନୂତନ ମନ୍ଦିର ନିର୍ମାଣରେ ସହାଭାଗିନୀ ହୋଇଥିବା ଯୋଗୁଁ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ ଏହି ଅର୍ଥ ରାଶି ଗ୍ରହଣ କରିଛନ୍ତି. ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦୀର ନିର୍ମାଣରେ ସହଭାଗିନୀ ହୋଇଥିବା ଏହି ପରିବାରକୁ କମିଟି ତରଫରୁ ସାଧୁବାଦ ପ୍ରଦାନ କରାଯାଇଛ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ