Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଞ୍ଜିଗଡଠାରେ ଗ୍ରାମ୍ୟ ଉନ୍ନୟନ କମିଟି ସଦସ୍ୟଙ୍କ ବୈଠକ ଅନୁଷ୍ଠିତ

କଳାହାଣ୍ଡି,୨୧/୦୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ବସବାସ କରୁଥିବା କୁଟିଆ କନ୍ଧ ଜନଜାତିଙ୍କ ବିକାଶ ପାଇଁ ଲାଞ୍ଜିଗଡଠାରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସ୍ଥାପିତ ହୋଇଛି। ଏହି ସଂସ୍ଥା ଦ୍ୱାରା ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା କାର୍ଯ୍ୟକ୍ରମ କାର୍ଯ୍ୟକାରି ହେଉଥିବାବେଳେ ଏହା ଅଧୀନରେ ବ୍ଲକର ପାଞ୍ଚଟି ପଂଚାୟତର ୩୯ଟି ଗାଁକୁ ନେଇ ଗଠିତ ହୋଇଛି ୩୪ ଗ୍ରାମ୍ୟ ଉନ୍ନୟନ କମିଟି। ନିଜ ଗାଁର ବିକାଶ ପାଇଁ ଏହି କମିଟି ବିଭିନ୍ନ ନିଷ୍ପତ୍ତି ନେଇଥାଏ। ତେବେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପର ଅବଧି ଏବେ ଶେଷ ହେବାକୁ ଯାଉଥିବାବେଳେ ଆଜି ଗ୍ରାମ୍ୟ ଉନ୍ନୟନ କମିଟିର ସଦସ୍ୟ, ସଦସ୍ୟାମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଲାଞ୍ଜିଗଡସ୍ଥିତ ମିଶନଶକ୍ତି କାଫେ ପରିସରରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗ ଦେଇଥିଲେ। କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା କାର୍ଯ୍ୟକ୍ରମର ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ ସ୍ୱାଗତ ଅଭିଭାଷଣ ଦେବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କମ୍ବୁ ଭୂଷଣ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଟିମ ଲିଡର ପରମାନନ୍ଦ ରଣାଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାତେଲିମା, ବଣ୍ଡେଲ ଓ ଜଗନ୍ନାଥପୁର ଗ୍ରାମ୍ୟ ଉନ୍ନୟନ କମିଟିକୁ ପୁରସ୍କୃତ କରାଯାଇଥିଲା।