Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୋଟ ବର୍ଜନ ଚେତାବନୀ ଦେଲେ କନ୍ଦାଖାଲ ଗ୍ରାମବାସୀ

କଳାହାଣ୍ଡି,୨୧/୦୨-ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଗାଁରେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ଵ ଲୋକେ ବସବାସ କରୁଥିବାବେଳେ ଆଜି ପର୍ଯ୍ୟନ୍ତ ଗାଁ ମୁଖ୍ୟ ରାସ୍ତାର ଉନ୍ନତି ହୋଇପାରିନାହିଁ। ବର୍ଷା ଦିନରେ ଏହି ରାସ୍ତାରେ ଯିବା ଆସିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିବାବେଳେ ଯାନବାହନ ଚଳାଚଳ ବନ୍ଦ ହୋଇଯିବା ଯୋଗୁଁ ଗର୍ଭବତୀ, ପ୍ରସୂତି ଓ ଶିଶୁମାନେ ପ୍ରାୟ ୩ କିଲୋମିଟର ଚାଲିଚାଲି ଅମଠାରେ ଥ‌ିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଆନ୍ତି। ଅନ୍ୟ ପକ୍ଷରେ କାଦୁଅ ଯୋଗୁଁ ଆମ୍ବୁଲାନ୍ସ ସେବା ମଧ୍ଯ ଗାଁକୁ ଆସିପାରେ ନାହିଁ । ଫଳରେ ଲୋକମାନେ ରୋଗୀମାନଙ୍କୁ ଭାରରେ ବୋହିନେବାକୁ ବାଧ୍ୟ ହୋଇଥାନ୍ତି। ବିଧାୟକ ଓ ସାଂସଦଙ୍କ ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଛି। ସ୍ଥାନୀୟ ସରପଞ୍ଚଙ୍କ ମାଧ୍ଯମରେ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ବି କୌଣସି ଫଳ ମିଳିନାହିଁ। ଯାହାକୁ ନେଇ ଗ୍ରାମବାସୀ ସାମୁହିକ ନିଷ୍ପତ୍ତି ନେବା ସହିତ ଗାଁର ମୁଖ୍ୟ ରାସ୍ତା କାମ ନହେଲେ ଭୋଟବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଚାଞ୍ଚେର ଗ୍ରାମପଞ୍ଚାୟତର ଅମଠା କନ୍ଦାଖାଲ ଗ୍ରାମବାସୀଙ୍କ ଏହି ଚରମ ଚେତାବନୀ ଏବେ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ଉଦ୍ୟମ ଆରମ୍ଭ ହୋଇଛି।