Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ରାଜସ୍ବକ୍ଷେତ୍ର ଅଧିକାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ପାରଳାଖେମୁଣ୍ଡି:୨୨/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ଆହ୍ୱାନ କ୍ରମେ ଗଜପତି ଜିଲ୍ଲା ଶାଖା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜିଠାରୁ ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଛି। ଏଡ଼ିଏମ ବିରେନ୍ଦ୍ର କୁମାର ଦାସଙ୍କୁ ଗଜପତି ଜିଲ୍ଲା ଶାଖା ସଂଘ ସଭାପତି ନିରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି ଦାବି ପୂରଣ ନହେରୁ ଗୁମ୍ମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ ଜାରି ରହିଛି।ସଂଘ ପକ୍ଷରୁ ଯେତେ ଦିନ ଯାଏଁ ଆମର ୬ ଦଫା ଦାବି ମଧ୍ୟରୁ ମୁଖ୍ୟ ଦାବି ଯଥା; କ୍ୟାଡର ପୁନଃ ସଂରଚନା କରି ବିଜ୍ଞପ୍ତି ପ୍ରକାଶ କରାନଯାଇଛି ସେତେଦିନ ପର୍ଯ୍ୟନ୍ତ ଆମ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ,୩୧୭ ତହସିଲ ସମସ୍ତ କାର୍ଯ୍ୟରତ ଆରଏସ,
ଆରଆଇ ଓ ଏଆରଆଇ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ନିଆଗଲା ଏବଂ ନିଜ ନିଜ ତହସିଲ ସମ୍ମୁଖରେ ଶାନ୍ତିପୂର୍ଣ ଭାବେ ଧାରଣା ଦେବା ପାଇଁ ସ୍ଥିର କରାଗଲା।ଆଗକୁ ସାଧାରଣ ନିର୍ବାଚନର ଆଚରଣ ବିଧି ଲାଗୁ ହେବାକୁ ଯାଉଛି ଏଣୁ ବାଧ୍ୟ ହୋଇ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଓଡ଼ିଆରଏସ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ,ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ବେତନ ସଂରଚନାରେ ପରବର୍ତ୍ତୀ ସ୍ତରକୁ ଯଥା ଓଆରଏସପିର ସ୍ତର -୮ (ସେଲ୍ -୧) ଏବଂ ୯୦% ରାଜସ୍ୱ ନିରୀକ୍ଷକ ପୋଷ୍ଟ ପଦୋନ୍ନତି ପୋଷ୍ଟ ଭାବରେ ସ୍ଥିର କରାଯାଉ ବୋଲି ସଂଘ ଦାବି କରିଛି।ଆନ୍ଦୋଳନରେ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ କୃଷ୍ଣ ବିଶ୍ୱାଳ,ଗୁମ୍ମା ଶାଖା ସଭାପତି ବିଜୟ ଶଙ୍କର,ସମ୍ପାଦକ ଡ଼େବିଡ଼ ରଈତ ଓ ସମସ୍ତ ଆରଆଈ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ