Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୁମ୍ମା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପୀତ;ଗୁମ୍ମା ୱାରିସ ଚମ୍ପିୟାନ

ପାରଳାଖେମୁଣ୍ଡି:୨୩/୨(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଜୀପିଏଲ(ଗୁମ୍ମା ପ୍ରିମୀୟମ ଲିଂଗ) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି।ଫାଇନେଲ ମେଚ୍ ଗୁମ୍ମା ୱାରିସ ଓ ଗୁମ୍ମା ୟୁନିଟାଇଡ଼-୧୧ ମଧ୍ୟରେ ହୋଇଥିଲା।ଏଥିରେ ୱାରିସ -୧୧ ବ୍ୟାଟିଂ କରି ୧୦୧ ରନର ଲକ୍ଷ ଦେଇଥିଲେ ଜବାବରେ ୟୁନିଟାଇଡ଼-୧୧ ୭୮ରନ କରିବାରେ ସକ୍ଷମ ହୋଇଥିଲେ। ଫାଇନେଲ ମେଚକୁ ୨୨ ରନକୁ ପଛରେ ପକାଇ ଗୁମ୍ମା ୱାରିସ -୧୧ ଜିଣି ଚମ୍ପିୟାନ ହୋଇଥିଲା।ଉଦଯାପନି ଉସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ରାଜୁ ପାଣି ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ଓ ଜର୍ସି ପ୍ରଧାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଯୁବ କ୍ରିକେଟ ଖେଳାଳି ମାନଙ୍କୁ ନେଇ ଖେଳାଯିବା ସହ ଗୁମ୍ମା ଅଞ୍ଚଳର ବଛା ବଛା ଖେଳାଳୀ ମାନଙ୍କୁ ସୁଯୋଗ ଦିଆଯାଇଛି।। ସର୍ବଶ୍ରେଷ୍ଟ ଖେଳାଳି ଭାବେ ଯୁଗଳ ଚୌଧୁରୀ,ବେଷ୍ଟ କେଚ୍ଚ ଭାବେ ଅର୍ପଣ ପାଣି,ବେଷ୍ଟ ଫିଲଡ଼େର ଭାବେ ଜେସପାଟ ଶବର ଓ ବିଜେତା ଦଳକୁ ମାନପତ୍ର ପ୍ରଦାନ କରିଥିଲେ ଅତିଥି ମାନେ। ଏହି ଖେଳ ହେବା ଦ୍ଵାରା ଖେଳରେ ରୁଚି ରଖିଥିବା ଯୁବ ଖେଳାଳି ମାନଙ୍କୁ ସୁଯୋଗ ସୃଷ୍ଟି କରିବା ସହ ଭାଇଚାରା ସୃଷ୍ଟି କରିଛି ବୋଲି ଶ୍ରୀ ପାଣି କହିଛନ୍ତି। ଉଦଯାପିତ ଉତ୍ସବରେ ସଂଜୀବଜେନା,ଅର୍ପଣ ପାଣି,ଫୁଲବୀ ସିଂ,ରାଜ ପାଣି,ସୁରରାଜ ସିଂ କ୍ଲିଣ୍ଟନ ରାଉଳ,ଡ଼ଣ୍ଟନ ରାଉଳ,ଅନନ୍ତ ଲିମା,ମାଇକେଲ ଷଡ଼ଙ୍ଗୀ,ପିଣ୍ଟୁ ପାଣି ଓ ସ୍ଥାନୀୟ ଖେଳାଳି ମାନେ ସହଯୋଗ ଦେଇଥିଲେ।

More Stories