Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : ଦ୍ଵିତୀୟ ଦିନରେ ଶାଳଗ୍ରାମ ପ୍ରତିଷ୍ଠା ଓ ରତ୍ନ ସିଂହାସନ ମୁଦ କାର୍ଯ୍ୟକ୍ରମ

କଳାହାଣ୍ଡି,୨୩/୦୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସପ୍ତାହ ବ୍ୟାପି ଚାଲିବାକୁ ଥିବାବେଳେ ଆଜି ଦ୍ଵିତୀୟ ଦିନରେ ଶାଳଗ୍ରାମ ପ୍ରତିଷ୍ଠା ଓ ରତ୍ନ ସିଂହାସନ ମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଲାଞ୍ଜିଗଡ ସହର ଉତ୍ସବ ମୁଖର ହୋଇଉଠିଛି। ଏହି ଉପଲକ୍ଷେ ଶୁକ୍ରବାର ଦିନ ସୂର୍ଯ୍ୟପୂଜା, ସାବିତ୍ରୀ ପୂଜା, ସୌରାଗ୍ନି ସ୍ଥାପନ, ମଣ୍ଡଳାଦି ପୂଜା, ଦେବତା ପୂଜା, କୁଣ୍ଡ ସଂସ୍କାର, ହୋମ ସହିତ ଶାଳଗ୍ରାମ ସ୍ଥାପନ ଓ ରତ୍ନ ସିଂହାସନ ମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବେ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ ଓ ଗୌରୀସ୍ୱପ୍ନା ସିଂଦେଓ, ବେଦାନ୍ତ ଲିମିଟେଡ଼ ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ ଓ ଶୁଭେଚ୍ଛା ପାଲ, ଚନ୍ଦ୍ରଧଜ ପେସନିଆ ଓ ଶାନ୍ତିଲତା ପେସନିଆ, ଶରତଚନ୍ଦ୍ର ସିଂ ଓ ସବିତା ସିଂ, ସୁବାସ ଚନ୍ଦ୍ର ଅଗ୍ରୱାଲ ଓ ପିଙ୍କିବାଇ ଅଗ୍ରୱାଲ, ଶ୍ରୀକାନ୍ତ ବହିଦାର ଓ ସୁସ୍ମିତା ବହିଦାର କାର୍ଯ୍ୟ ସମ୍ପାଦନ କରୁଛନ୍ତି। ମୁଖ୍ୟ ପୁରୋହିତ ଭାବେ ଅନନ୍ତ ଚରଣ ରଥ କାର୍ଯ୍ୟକ୍ରମ କରୁଥିବା ବେଳେ ପୂଜକ ଭାବେ ବିଶ୍ଵନାଥ ମିଶ୍ର, ପ୍ରକାଶ ରଥ, ଜଗନ୍ନାଥ ମହାପାତ୍ର, ସୁନୀଲ କୁମାର ମିଶ୍ର, ସନ୍ତୋଷ ମହାପାତ୍ର, ଜ୍ଞାନ ରଞ୍ଜନ ରଥ, ବିରଞ୍ଚି ନାରାୟଣ ରଥ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ସାମନ୍ତରାୟ, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ବଦ୍ରି ନାରାୟଣ ମିଶ୍ର, ନିକୁଞ୍ଜ ଶତପଥୀ, ଦାମୋଦର ରଥ, ଦୁର୍ଗା ପ୍ରସାଦ ରଥ, ସୁଦାମ ରଥ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି। ଦୀନବନ୍ଧୁ ବାରିକ, ମନୁ ବାରିକ ପୂଜକଙ୍କୁ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ଚନ୍ଦ୍ରଧ୍ୱଜ ପେସନିଆ, କାମରାଜ ଦଳବେହେରା, ଶ୍ରୀମୁଖ ଅଗସ୍ତି, ମୀନକେତନ ଷଡ଼ଙ୍ଗୀ, ପ୍ରଦୀପ ବହିଦାର, ବଟକୃଷ୍ଣ ପୁଷ୍ଟି, ହରେକୃଷ୍ଣ ଯୋଶୀ, ସୁବାସ ମହାପାତ୍ର, ଟୁନା ମହାରଥା, ଏମ. ଚନ୍ଦ୍ରଶେଖର, କାର୍ତ୍ତିକ ଓଡ଼ିଆ, ଶିଶିର ପୂଜାରୀ, ଚନ୍ଦ୍ରଶେଖର ବେହେରା, ରଞ୍ଜିତ ପାଢ଼ୀ, ଟୁକୁନା ମହାରଣାଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଲାଞ୍ଜିଗଡ଼ ଯୁବଗୋଷ୍ଠୀ, ଲାଞ୍ଜିଗଡ ମହିଳା ମଣ୍ଡଳୀ ପ୍ରମୁଖ ସହଯୋଗ କରୁଛନ୍ତି।