Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରଳାଖେମୁଣ୍ଡି ସ୍ଥିତ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷଠାରେ ଗଜପତି ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୮/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ସ୍ଥାନୀୟ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ମାନ୍ୟବର ମନ୍ତ୍ରୀ , ଅନୁସୂଚିତ ଜାତି ,ଜନଜାତି ସଂଖ୍ୟାଲଘୁ ,ପଛୁଆବର୍ଗ ବିକାଶ ଏବଂ ଆଇନ୍ ଓଡ଼ିଶା ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାରାୟଣ ରାଓ, ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଜିଲ୍ଲାପରିଷଦ ଉପ-ଅଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲ୍ଲିକ,ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ ପ୍ରମୁଖ ମଞ୍ଚାସିନ ରହି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ପ୍ରକାଶ କରିବା ସହିତ ରାଜ୍ଯ ସରକାର ଗଜପତି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନାମାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଜିଲ୍ଲାପ୍ରଶାସନ କାର୍ଯ୍ୟ ଦକ୍ଷତା ଉପରେ ତାଙ୍କର ଭରସା ରହିଛି ଓ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।ଜିଲ୍ଲାପ୍ରଶାସନ ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଥିଲେ। ଜିଲ୍ଲାରେ ବିଭିନ୍ନ ଯୋଜନା ଗୁଡ଼ିକର ସମାଧାନ ପାଇଁ ଯୋଜନା କରାଯାଉଅଛି। ତେବେ ବିଜୁ କନ୍ଧମାଳ ଓ ଗଜପତି ଯୋଜନା ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବାର୍ଷିକ ଯୋଜନାକୁ ଅନୁମୋଦନ ପାଇଁ ସମସ୍ତଙ୍କର ପରାମର୍ଶ କାମନା କରିଥିଲେ।
ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ନାୟକ ପଏଣ୍ଟ ମାଧ୍ୟମରେ ଜିଲ୍ଲାର ଅଗ୍ରଣୀ କାର୍ଯ୍ୟକ୍ରମ, ଜିଲ୍ଲାର ସମସ୍ତ ବ୍ଲକର କାର୍ଯ୍ୟ, ଆର୍ଥିକ ବର୍ଷ ୨୦୨୩-୨୪ପାଇଁ ବିଭାଗର ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିବା ବେଳେ କୃଷି ଓ ଅନୁସଙ୍ଗିକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଉନ୍ନୟନ, ବିଶେଷ ଆଂଚଳିକ କାର୍ଯ୍ୟକ୍ରମ, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି ବିଭାଗ, ଶିଳ୍ପ ଓ ଖଣିଜ, ପରିବହନ, ବିଜ୍ଞାନ, ପରିବେଶ,ସାଧାରଣ ଆର୍ଥିକ ସେବା, ସାମାଜିକ ସେବା ସେହିପରି ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ସଡ଼କ,ବିଜୁଳି,ପାଣି, ବୈଠକ ରେ ଆଲୋଚନା କରଯାଇଥଲା ଉକ୍ତ ବୈଠକରେ ଭାରପ୍ରାପ୍ତ ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀ ଭେଙ୍କଟ ରାଓ ଅଚାରୀ ସମେତ ସମସ୍ତ ଜିଲା ପରିଷଦ ସଭ୍ୟ ଓ ସଭ୍ୟା , ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ସମେତ ଜିଲ୍ଲା ଯୋଜନା କମିଟିର ସମସ୍ତ ସମସ୍ତ ସଭ୍ୟସଭ୍ୟା, ସମସ୍ତ ଜିଲ୍ଲାସ୍ତୀୟ ଅଧିକାରୀଗଣ ପ୍ରମୁଖ ଯୋଗଦେଇଥିଲେ।

More Stories