Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲାସ୍ତରୀୟ ପଲସ ପୋଲିଓ ବୁନ୍ଦା-ଦିଆ କାର୍ଯ୍ୟକ୍ରମ-୨୦୨୪ ଶୁଭାରମ୍ଭ

ପାରଳାଖେମୁଣ୍ଡି:୫/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ “ପଲସ ପୋଲିଓ ଦିବସ” ତଥା ଶିଶୁଙ୍କୁ ପଲସ ପୋଲିଓ ବୁନ୍ଦା ଦିଆ କାର୍ଯ୍ୟକ୍ରମ-୨୦୨୪ ରଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ପୋଲିଓ ବୁନ୍ଦା ଦିଆ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପରିସଂଖ୍ୟାନ ନିରୀକ୍ଷକ ଶ୍ରୀ ନେତ୍ରାନନ୍ଦ ଶତପଥୀଙ୍କ ସଂଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ନିଜ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ କୌଣସି ପ୍ରକାର ହେଳା ନ କରି ପ୍ରତ୍ୟେକ ଥର ପୋଲିଓ ବୁନ୍ଦା ଦେବା ସହ ଦେଶର ପୋଲିଓ ନିରାକରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପୋଲିଓ ମୁକ୍ତ ସମାଜ ଗଠନରେ ବ୍ରତୀ ହେବାକୁ ଉପସ୍ଥିତ ମାଆ-ବାପା ମାନଙ୍କୁ ଆହ୍ବାନ କରିଥିଲେ ।ପରେ ଶିଶୁ ମାନଙ୍କୁ ପୋଲିଓ ଦୁଇ-ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏଥିସହିତ ଉପସ୍ଥିତ ମଞ୍ଚାସିନ ଅତିଥିମାନେ ଯଥା:- ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ: ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ , ଏଡିପିଏଚଓ: ଡ଼ାଃ ଇନ୍ଦିରା ମହାପାତ୍ର , ଜିଲ୍ଲା ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଶ୍ରୀମତୀ ନୟନା ମଲ୍ଲିକ , ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ ଏବଂ ୟୁଏନଏଫପିଓ: ଶ୍ରୀମତୀ ସିପ୍ରା ବଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆସିଥିବା ଶିଶୁ ମାନଙ୍କୁ ପୋଲିଓ ଦୁଇ-ବୁନ୍ଦା ଖୁଆଇଥିଲେ ।ଏହି ପୋଲିଓ ବୁନ୍ଦା ଦିଆ କାର୍ଯ୍ୟକ୍ରମ ପ୍ରତ୍ୟେକ ଛକ , ଆଖଡ଼ା ଘର ଓ ଯିବା ଆସିବା ସ୍ଥାନ ମାନଙ୍କରେ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆ କାର୍ଯ୍ୟକ୍ରମ ଜାରୀ ରହିଥିଲା ।କାର୍ଯ୍ୟକ୍ରମରେ ମୁଖ୍ୟତଃ ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ଥିବା ୬୭ ହଜାର ୭୨୯ ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଇବା ଲକ୍ଷ୍ୟଧାର୍ଯ୍ୟ ରହିଛି । ଏଥିପାଇଁ ୫୭୪ ଟି ପୋଲିଓ ବୁନ୍ଦା ଦିଆ କେନ୍ଦ୍ର ଖୋଲାଯାଇ ସେଥିରେ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବାପାଇଁ ୨ ଜଣଙ୍କୁ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ୨୦ ଟି ଭ୍ରାମ୍ୟମାଣ ଦଳ ଏବଂ ୩୦ ଟି ଟ୍ରାଞ୍ଜିଟ ଦଳ ମଧ୍ୟ ନିୟୋଜିତ କରାଯାଇଛି।ଆଜି ଦିନରେ ଯେଉଁ ଶିଶୁ ମାନେ ପୋଲିଓ ବୁନ୍ଦା ଖାଇବାରୁ ବଞ୍ଚିତ ହୋଇଥିବେ , ସେଥିପାଇଁ ପୋଲିଓ ବୁନ୍ଦା ପ୍ରଦାନକାରୀ ମାନେ ପରବର୍ତ୍ତୀ ଦୁଇଦିନ ଧରି ସେମାନେ ଘର ଘର ବୁଲି ପୋଲିଓ ବୁନ୍ଦା ଖାଇବାରୁ ବଞ୍ଚିତ ଥିବା ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବେ ବୋଲି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି ।ଶିଶୁଙ୍କୁ ପଲସ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟକ୍ରମକୁ ବରିଷ୍ଠ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଶାନ୍ତି ବିଶ୍ଵାଳ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟର ଆଇସି: ଶ୍ରୀ ସୁରେଶ କୁମାର ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories