Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ମହିଳା ସମାବେଶ

କଳାହାଣ୍ଡି,୧୦/୦୩-ବରିଷ୍ଠ ନାଗରିକ ସଂଘ, ଭବାନୀପାଟଣା ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପରିସରରେ ଏକ ମହିଳା ସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭବାନୀପାଟଣା ପୌରାଧ୍ଯକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇଥିବାବେଳେ ମୁଖ୍ୟଵକ୍ତା ଭାବେ ପୌରନିର୍ବାହୀ ଅଧିକାରୀ ଡ. ସତ୍ଯସଂପର୍ଣ୍ଣା ରାଉତ, ସମ୍ମାନିତ ଅତିଥି ଭାବେ ଡା. ହେମାଙ୍ଗିନୀ ମେହେର ଯୋଗ ଦେଇଥିଲେ। ବରିଷ୍ଠ ନାଗରିକ ସଂଘର ସଦସ୍ଯା ସବୁ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରସ୍ବତୀ ହୋତା ପ୍ରାରମ୍ଭିକ ସଂଗୀତ ଗାନ, ସଂଘମିତ୍ରା କାନୁନଗୋ ଅତିଥିପରିଚୟ ପ୍ରଦାନ ଓ ବିଜୟଲକ୍ଷ୍ମୀ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଅବସରରେ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପଦ୍ମାକିଶୋରୀ ସରାଫ ଓ ସ୍ନେହଲତା ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ବରିଷ୍ଠ ନାଗରିକ ସଂଘର ସଭାପତି, କାର୍ଯ୍ୟକାରୀ ସଭାପତି, ସଂପାଦକ ଓ ଅନ୍ଯ ସଦସ୍ଯମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ