Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ପଖାଳ ଦିବସ ପାଳିତ

ପାରଳାଖେମୁଣ୍ଡି: ୨୦/(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୂ ଟେକ୍ କମ୍ପ୍ୟୁଟର ଏଜୁ କେସନ୍ ସେଣ୍ଟର୍ ପରିସରରେ ଜାତୀୟ ପଖାଳ ଦିବସ ଭାଗବତ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇସାରିଛି। ମୁଖ୍ୟ ଅତିଥି ଭାବେ ହରିମୋହନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଡକ୍ଟର ଭାରତୀ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବେ ମନୋଜ ପଟ୍ଟନାୟକ,ପ୍ରଗତି ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ସମ୍ପାଦକ ତନୁଜା ଶତପଥୀ, ମଞ୍ଚାସୀନ ଥିଲେ। ବିଭିନ୍ନ ଦୃଷ୍ଟି କୋଣରୁ ବିଚାର କରାଯାଇପଖାଳର ଚାହିଦା ଆଞ୍ଚଳିକ ସ୍ତରରୁ ବିଶ୍ଵଦରବାର କିଭଳି ଆଜି ରୁଚିବୋଧ ଓ ସମ୍ମାନିତ ସେସମ୍ପର୍କରେ ବକ୍ତା ମାନଙ୍କର ପ୍ରାଞ୍ଜଳ ଉତ୍ତର ଥିଲା। ଉତ୍କଳୀୟ ପରମ୍ପରା ଏବଂ ସଂସ୍କୃତିର ପଖାଳ କଂସା ବାସ୍ତବରେ ଋଚିବୋଧ ଏବଂ ଏକତା ର ଏକ ଜ୍ୱଳନ୍ତ ନମୁନା। ପଖାଳ ପ୍ରସ୍ତୁତି, କାଞ୍ଜି ପ୍ରସ୍ତୁତି, ଶାଗଭଜା ପ୍ରସ୍ତୁତି, ଏବଂ ତର୍କ ପ୍ରତିଯୋଗିତାର ଛାତ୍ର ଛାତ୍ରୀ ଗୃହିଣୀ ମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କାର ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ଶେଷରେ ପାୟଲ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ