Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋସିଆଲ ମିଡିଆରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କୁ ବଦନାମ କରିବା ନେଇ ଆର ଉଦୟଗିରି ଥାନାରେଏତଲା କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ପାରଳାଖେମୁଣ୍ଡି:୨୧/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସର ଅଧକ୍ଷ ଦାଶରଥି ଗମାଙ୍ଗଙ୍କୁ ନେଇ ସୋସିଆଲ ମିଡିଆରେ ବଦନାମ କରିବାକୁ ନେଇ ଆର,ଉଦୟଗିରି ଥାନାରେ ବ୍ଳକ କଂଗ୍ରେସ ପକ୍ଷରୁ ସୋମବାର ଅଭିଯୋଗ କରାଯାଉଛି । ଗତ କିଛି ଦିନଧରି ଲଗାତାର ସୋସିଆଲ ମିଡିଆରେ ମୋହନା ବିଧାୟକ ଦାଶରଧି ଗମାଙ୍ଗଙ୍କୁ ନେଇ ସେ ଦଙ୍ଗାକାରୀ ବୋଲି ପ୍ରତିପାଦନ କରାଯାଉଛି । ଏହାଦ୍ବାରା ବିଧାୟକଙ୍କ ସମ୍ମାନହାନୀ ହୋଇଥିବା ଅଭିଯୋଗ କରି ବ୍ଳକ ସଭାପତି ଲକ୍ଷ୍ମୀ ପାଇକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଥାନାର ଦ୍ବାରସ୍ଥ ହୋଇଛନ୍ତି ।ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏକ ଦାବିପତ୍ର ଥାନା ଏସଆଇଙ୍କୁ ପ୍ରଦାନ କରାଯାଇଥିବା ବ୍ଳକ କଂଗ୍ରେସ ସଭାପତି ଶ୍ରୀ ପାଇକ କହିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ସମ୍ପାଦକ ଯମୁନା ରଇତ, ବିଜୟ ଲିମା, ଦାନିଏଲ ପ୍ରଧାନ, ଗୌତମ ରଇତ, ଜୟରାମ ରଇତ, ଜିରିମିୟ ମଣ୍ଡଳ, ସନ୍ତୋଷ କୁମାର ଭୂୟାଁ, ପାଏଲ ମାଝୀ , କାତିକ ରଇତ ଓ ଦୁତିୟା ରଇତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ