Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ରୋଜଗାର ମେଳା; ଆଉ ୭୧ ହଜାରଙ୍କୁ ମିଳିଲା ନିଯୁକ୍ତିପତ୍ର

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ରାଷ୍ଟ୍ରୀୟ ରୋଜଗାର ମେଳାରେ ଆଜି ଆଉ ୭୧ ହଜାରଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହାପୂର୍ବରୁ ମଧ୍ୟ ରାଷ୍ଟ୍ରୀୟ ନିଯୁକ୍ତି ମେଳାରେ ଯୁବକଯୁବତୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟା ଯାଇଥିଲା।

ମୋଦୀ ଆହୁରି କହିଛନ୍ତି ଯେ ବିଭିନ୍ନ ଷ୍ଟ୍ରାଟ୍‌ ଅପଗୁଡ଼ିକ ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିଛି। ଯୁବପିଢିଙ୍କ ଲାଗି ପ୍ରାୟ ୪୦ ଲକ୍ଷରୁ ଅଧିକ ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହାଦ୍ବାରା ଯୁବପିଢିଙ୍କ ପାଖରେ ଲୁଚି ରହିଥିବା ପ୍ରତିଭା ଆଗକୁ ଆସିପାରିବ ବୋଲି କହିଛନ୍ତି ମୋଦୀ। ଏହି ମେଳା ଜରିଆରେ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ସୁଯୋଗ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ