Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେନରୁ ଖସିପଡ଼ି ଅଜଣା ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି,୦୩/୦୪-ଦକ୍ଷିଣ ପୂର୍ବ ରେଳପଥ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡରୋଡ଼ ଓ ନର୍ଲାରୋଡ଼ ରେଳଷ୍ଟେସନରେ ମଧ୍ୟରେ ଗୋବର୍ଦ୍ଧନପୁର ଓଭରବ୍ରିଜଠାରେ ଟ୍ରେନରୁ ଖସି ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ‌ଖବର ଅନୁଯାୟୀ ଆଜି ଦିନବେଳେ ଗୋବର୍ଦ୍ଧନପୁର ଓଭରବ୍ରିଜ ନିକଟରେ କୌଣସି ଏକ ଯାତ୍ରୀବାହୀ ଟ୍ରେନରୁ ଖସିପଡ଼ି ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବାବେଳେ ଏନେଇ ରେଳବାଇ ପୁଲିସକୁ ସୂଚନା ଦିଆଯାଇଛି। ତେବେ ଖବର ପ୍ରସାରଣ ସୁଦ୍ଧା ଘଟଣାସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ