Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ନେତାଙ୍କ ଝିଅ ମୁସଲିମଙ୍କୁ ବିବାହ କଲେ ତାକୁ ପ୍ରେମ କୁହାଯାଏ, ବାକି କଲେ ‘ଜିହାଦ ‘: ବଘେଲ

ନୂଆଦିଲ୍ଲୀ: ବିଜେପି ଦୋହରା ମାପଦଣ୍ଡ ଆପଣାଉଥିବା ଅଭିଯୋଗ କରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେବେ ବିଜେପି ନେତାଙ୍କ ଝିଅମାନଙ୍କ ବିବାହ ମୁସଲିମ ସହ ହେଉଛି ତାକୁ ପ୍ରେମ କୁହାଯାଉଛି । ମାତ୍ର ଅନ୍ୟ କେହି ଏମିତି କଲେ ଏହାକୁ ଜିହାଦର ଆଖ୍ୟା ଦିଆଯାଉଛି ।

ରାଜ୍ୟର ବିଳାସପୁର ସହରରେ ଖବରଦାତାଙ୍କ ସହ ଆଲୋଚନା ବେଳେ ବଘେଲ ଏହା କହିଛନ୍ତି । ବେମେତରା ଜିଲ୍ଲାର ବୀରମପୁର ଗାଁରେ ଗତ ସପ୍ତାହରେ ଘଟିଥିବା ସାଂପ୍ରଦାୟିକ ହିଂସାରେ ବିଜେପି ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ବଘେଲ କହିଛନ୍ତି ।

ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ଲଭ୍ ଜିହାଦର କଥା କହିଥାଏ । ହେଲେ ବିଜେପିର ବରିଷ୍ଠ ନେତାଙ୍କ ଝିଅଙ୍କ ବିବାହ ମୁସଲମାନଙ୍କ ସହ ହେଉଛି । କଣ ଏହା ଲଭ ଜିହାଦ ଶ୍ରେଣୀରେ ଆସୁନି ? ଆପଣ ପ୍ରଶ୍ନ କରୁଛନ୍ତି ବିଜେପି ନେତାଙ୍କ ବଡ ଝିଅ କୁଆଡେ ଚାଲିଗଲେ । କଣ ଲଭ ଜିହାଦ ନୁହେଁ ? ସେମାନଙ୍କ ଝିଅ କଲେ ଲଭ୍ ଅନ୍ୟମାନେ ଏମିତି କଲେ ଲଭ ଜିହାଦ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ