ବିଧବାଙ୍କୁ ଗଙ୍ଗା ଭାଗିରଥୀ ଡକାଯାଉ, ପ୍ରସ୍ତାବ ଉପରେ କଂଗ୍ରେସ କ୍ଷୁବ୍ଧ


ମୁମ୍ବାଇ: ବିଧବା ମହିଳାଙ୍କୁ ଗଙ୍ଗା ଭାଗିରଥୀ କୁହାଯିବା ଉଚିତ୍ । ମହାରାଷ୍ଟ୍ରର ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତ ଲୋଢା ଏହି ପ୍ରସ୍ତାବ ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଏନସିପି ଏବଂ କଂଗ୍ରେସ ପରି ଦଳ କ୍ଷୁବ୍ଧ ହେବା ସହ କ୍ଷମା ଦାବି କରିଛନ୍ତି । ଅନ୍ୟପକ୍ଷେ ରାଜ୍ୟ ମହିଳା ଆୟୋଗ ମୁଖ୍ୟ ରୁପାଲି ଚନକାଙ୍କର ସ୍ୱାଗତ କରିଛନ୍ତି ।

ଏନସିପି ନେତା ସୁପ୍ରିୟା ସୁଲେଙ୍କ କହିବା କଥା ମନ୍ତ୍ରୀଙ୍କ ଏହି ପ୍ରସ୍ତାବ ଭୁଲ ଅଟେ । ଏହାକୁ ତତ୍କାଳ ପ୍ରତ୍ୟାହାର କରିବା ଉଚିତ୍ । ମନ୍ତ୍ରୀ ଲୋଢା ବୁଧବାର ମହିଳା କଲ୍ୟାଣ ବିଭାଗର ମୁ୍‌ଖ୍ୟ ସଚିବଙ୍କୁ ଚିଠି ଲେଖି ବିଧବାଙ୍କୁ ଗଙ୍ଗା ଭାଗିରଥୀ ନାମରେ ସମ୍ବୋଧିତ କରିବାକୁ ପ୍ରସ୍ତାବ ଦେଇଥିଲେ ।

ମହିଳା କଲ୍ୟାଣ ବିଭାଗର ମୁ୍‌ଖ୍ୟ ରୁପାଲି କହିଛନ୍ତି ମହିଳା ଆୟୋଗ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇ ବିଧବାଙ୍କୁ ପୂର୍ଣ୍‌ାଙ୍ଗୀ ସମ୍ବୋଧିତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ଉପରେ ସରକାରଙ୍କ ସକରାତ୍ମକ ସଙ୍କେତ ମଧ୍ୟ ମିଳିଛି । ଅନେକ ସାମାଜିକ ସଂଗଠନ ମଧ୍ୟ ମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସଂଗଠନର କହିବା କଥା ବିଧବାଙ୍କୁ ମଧ୍ୟ ବରାବର ମାନ୍ୟତା ମିଳିବା ଉଚିତ୍ ।