Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ମିଳିଲା ଗୁରୁଦାୟିତ୍ୱ

କଳାହାଣ୍ଡି,୦୭/୦୪-କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ବିଜେପିରୁ ମାଳବିକା କେଶରୀ ଦେଓ, କଂଗ୍ରେସରୁ ଦ୍ରୌପଦୀ ମାଝୀ, ବିଜେଡିରୁ ଲମ୍ବୋଦର ନିଆଲ ଏବେ ପ୍ରଚାର ମଇଦାନକୁ ଓହ୍ଲାଇ ଥିବାବେଳେ ବିଜେଡିରୁ ଲୋକସଭା ଟିକେଟ ପାଇଁ ପ୍ରବଳ ଦାବିଦାର ଥିବା ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଦଳ ଏବେ ଲୋକସଭା ନିର୍ବାଚନ ମଣ୍ଡଳୀର ସଂଯୋଜକ ଦାୟିତ୍ୱ ପ୍ରଦାନ କରିଛି। ଆଜି ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଧେଶ ଜାରି କରାଯାଇଛି। ସୂଚନାଯୋଗ୍ୟ, ଦଳର ଥିଙ୍କ ଟ୍ୟାଙ୍କ କୁହାଯାଉଥିବା ସୁଜିତଙ୍କ ନେତୃତ୍ୱରେ ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ, ବିଧାନସଭା ନିର୍ବାଚନରେ ଦଳ ଆଶାତୀତ ସଫଳତା ହାସଲ କରିଥିବାବେଳେ ଏଥର ମଧ୍ୟ ଦଳ ସେଇ ସଫଳତାକୁ ଦୋହରାଇବାକୁ ତାଙ୍କୁ ଗୁରୁଦାୟିତ୍ୱ ଦେଇଥିବା କୁହାଯାଉଛି।