Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଜେଲରୁ ଦୁଇ କଏଦୀ ଫେରାର

କଳାହାଣ୍ଡି,୦୭/୦୪-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରରୁ ଆଜି ସକାଳେ ଦୁଇଜଣ କଏଦୀ ଫେରାର ହୋଇଯାଇଥିବା ଖବର ମିଳିଛି। ଖବର ଅନୁଯାୟୀ, ଆଜି ସକାଳେ ଜେଲ ସାମ୍ନାରେ ଥିବା ବଗିଚାରେ କାମ କରୁଥିବାବେଳେ ଶିକନ୍ଦର ଜାଲ ଓ ନୀଳମଣି ବିଭାର ନାମକ ଦୁଇଜଣ କଏଦୀ ଜେଲର ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଫେରାର ହୋଇଯାଇଛନ୍ତି। ଦୁଇଜଣ ଯାକ କଏଦୀ ନାବାଳିକା ନିର୍ଯାତନା ଅର୍ଥାତ ପୋକସୋ ଆକ୍ଟରେ ଗିରଫ ହୋଇ ଜେଲରେ ଥିଲେ। ଏବେ ଫେରାର କଏଦୀଙ୍କୁ ଠାବ କରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ