Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀବାସୀଙ୍କୁ ଝଟ୍‌କା; ଆଜିଠୁ ବନ୍ଦ ହୋଇଯିବ ମାଗଣା ବିଜୁଳି ସବସିଡି

ନୂଆଦିଲ୍ଲୀ: ବିଜୁଳି ସବ୍‌ସିଡିକୁ ନେଇ କେଜ୍ରିୱାଲ ସରକାର ବଡ ଘୋଷଣା କରିଛନ୍ତି। ରାଜଧାନୀବାସୀଙ୍କ ମାଗଣା ବିଜୁଳି ସବସିଡି ଉପରେ ଲାଗିବ ରୋକ୍। କେଜ୍ରିୱାଲ ସରକାରଙ୍କ ଏହି ଘୋଷଣା ପରେ ରାଜଧାନୀବାସୀଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଆଜିଠୁ ରାଜଧାନୀବାସୀଙ୍କୁ ଦିଆଯାଉଥିବା ସବସିଡି ବିଜୁଳି ବନ୍ଦ କରିଦିଆଯିବ । ଏନେଇ ଦିଲ୍ଲୀ ଶକ୍ତି ମନ୍ତ୍ରୀ ଆତିଶୀ ଭରଦ୍ୱାଜ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ୪୬ ଲକ୍ଷ ବିଜୁଳି ଉପଭୋକ୍ତା ପ୍ରଭାବିତ ହେବେ ।

ମନ୍ତ୍ରୀ ଏହାର କାରଣ ଦର୍ଶାଇ କହିଛନ୍ତି ଯେ, ମାଗଣା ବିଜୁଳି ସବସିଡି ବନ୍ଦ କରିଦିଆଯାଇଛି କାରଣ ଆମ ଆଦମୀ ପାର୍ଟି ସରକାର ଆଗାମୀ ବର୍ଷ ପାଇଁ ସବସିଡି ଜାରି ରଖିବା ପାଇଁ ନିର୍ଣ୍ଣୟ କରିଛି। କିନ୍ତୁ ସେହି ଫାଇଲ୍ ଦିଲ୍ଲୀ ଏଲଜିଙ୍କ ପାଖରେ ପଡ଼ିରହିଛି। ଯେପର୍ଯ୍ୟନ୍ତ ଫାଇଲକୁ ମଞ୍ଜୁରୀ ନମିଳିଛି ସେପର୍ଯ୍ୟନ୍ତ ସରକାର ସବସିଡି ବିଲ୍ ଜାରି କରିପାରିବେ ନାହିଁ ।

ଗତ କିଛି ମାସ ହେବ ଆପ୍‌ ଓ ରାଜଭବନ ମଧ୍ୟ ସବ୍‌ସିଡିକୁ ନେଇ ବିବାଦ ଲାଗି ରହିଛି। ପ୍ରକାଶଥାଉକି, ଆମ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରଠୁ ବିଜୁଳି ଏବଂ ପାଣି ବିଲ୍ ଉପରେ ଉପଭୋକ୍ତାଙ୍କୁ ସବସିଡିର ଲାଭ ମିଳିଆସୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ