Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

କଳାହାଣ୍ଡି,୨୧/୦୪-ଲାଞ୍ଜିଗଡ ବ୍ଲକ ଗୋବର୍ଧନପୁର ପଂଚାୟତ ରାମଚନ୍ଦ୍ରପୁର ଗାଁର ଜଣେ ଧର୍ମପରାୟଣ ବ୍ୟକ୍ତି ଅରକ୍ଷିତ ମିଶ୍ରଙ୍କ ଦୁଃଖଦ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେ ବେଶ କିଛିଦିନ ଧରି ପୀଡିତ ଥିଲେ। ସେ ଜଣେ ଅତ୍ୟନ୍ତ ଧର୍ମ ପାରାୟଣ ଓ ଅମାୟିକ ବ୍ୟକ୍ତିବିଶେଷ ଥିଲେ। ତାଙ୍କ ବିୟୋଗରେ ଅଂଚଳବ୍ୟାପି ଶୋକର ଛାୟା ଖେଳିଯାଇଛି। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିବାବେଳେ ପରିବାର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍ବର୍ଗତ ମିଶ୍ର ମହାରାଷ୍ଟ୍ର ରାଜ୍ୟ ବୋଇସାରସ୍ଥିତ ଆରତୀ ଡ୍ରଗ୍ସ ଲିମିଟେଡ଼ରେ ଏକ ଉଚ୍ଚ ପଦବୀରେ କାର୍ଯ୍ୟ କରିବା ସହିତ ମହାରାଷ୍ଟ୍ର ରାଜ୍ୟରେ ଓଡ଼ିଆ ଶ୍ରମିକମାନଙ୍କୁ ସଂଗଠିତ କରି ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଦୀର୍ଘ ବର୍ଷ ଧରି ଜଣେ ଆଗଧାଡ଼ିର ଶ୍ରମିକନେତା ଭାବେ ନିଜର ପରିଚୟ ତିଆରି କରିଥିଲେ। ସେଠାରୁ ଅବସର ନେବାପରେ ନିଜ ପୈତୃକ ଗାଁ ରାମଚନ୍ଦ୍ରପୁରକୁ ଫେରିଆସି ଏଠାରେ ସ୍ଥାୟୀ ଭାବେ ବସବାସ କରୁଥିଲେ।