Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଲାଇ ୧ରୁ ଅମରନାଥ ଯାତ୍ରା; ୧୭ରୁ ରେଜିଷ୍ଟ୍ରେସନ୍‌

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପବିତ୍ର ବାବା ଅମରନାଥଙ୍କ ମନ୍ଦିରକୁ ବାର୍ଷିକ ତୀର୍ଥଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଏହି ତୀର୍ଥଯାତ୍ରା ୬୨ ଦିନ ଧରି ଅନୁଷ୍ଠିତ ହେବ। ଅଗଷ୍ଟ ୩୧ ରେ ଅମରନାଥ ଯାତ୍ରା ଶେଷ ହେବ। ଏହି ପ୍ରସଙ୍ଗରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଶୁକ୍ରବାର ଦିନ ଘୋଷଣା କରିଛନ୍ତି।
ଶ୍ରଦ୍ଧାଳୁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡ୍ ମାଧ୍ୟମରେ ଯାତ୍ରା ଲାଗି ପଞ୍ଜୀକୃତ କରିପାରିବେ। ତୀର୍ଥଯାତ୍ରା ପାଇଁ ଅନଲାଇନ୍ ଏବଂ ଅଫଲାଇନ୍ ପଞ୍ଜିକରଣ ଏପ୍ରିଲ୍ ୧୭ ରୁ ଆରମ୍ଭ ହେବ।

ସେ କହିଛନ୍ତି, ଭକ୍ତଙ୍କ ସୁରକ୍ଷା, ଉପଯୁକ୍ତ ବ୍ୟବସ୍ଥା ଓ ସୁରୁଖୁରୁରେ ଯାତ୍ରା ଶେଷ କରିବା ହେଉଛି ପ୍ରଶାସନର ପ୍ରାଥମିକତା। ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଓ ସେବା ପ୍ରଦାନକାରୀ ଲୋକଙ୍କୁ ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ସହ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ