ବୀରମହାରାଜପୁର : (ସୌମିତ୍ରି ମେହେର) ଆସନ୍ତା ୨୦ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏହି ପରିପେକ୍ଷୀରେ ନିର୍ବାଚନକୁ ଅବାଧ , ନିରପେକ୍ଷ , ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ବଲାଙ୍ଗିର ସଂସଦୀୟ କ୍ଷେତ୍ରର ସୁବର୍ଣ୍ଣପୁର ଜିଲ୍ଲାରେ ସଂସଦୀୟ କ୍ଷେତ୍ର ସାଧାରଣ ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ ଏ ଏସ ନିଯୁକ୍ତ ହୋଇଥିବାବେଳେ, ସେ ବର୍ତ୍ତମାନ ଜିଲ୍ଲା ସର୍କିଟ ହାଉସ ଠାରେ ଅବସ୍ଥାନ କରୁଛନ୍ତି| ଉଭୟ ନିର୍ବାଚନ ମଣ୍ଡଳୀ ର ଭୋଟର ତଥା ଜନସାଧାରଣ ନିର୍ବାଚନ ସମ୍ପର୍କିତ କୌଣସି ଆପତ୍ତି ଅଭିଯୋଗ ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଲ ଙ୍କୁ ମୋବାଇଲ ନଂ 8895263619 ରେ ଯୋଗାଯୋଗ କରିପାରିବେ ବୋଲି ସୂଚୀତ କରାଯାଉଛି l ସେହିପରି ଜିଲ୍ଲା ଅନ୍ତର୍ଗତ ୬୪ – ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୬୫- ସୋନପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରମୋଦ ପି ଶାହକର (ଆଇଆରଏସ) ନିର୍ବାଚନ ଖର୍ଚ୍ଚ ତଦାରଖ କରିବାକୁ ଜିଲ୍ଲାରେ ଆସି ପହଞ୍ଚିଛନ୍ତି। ଖର୍ଚ୍ଚ ପର୍ଯ୍ୟବେକ୍ଷକ ସ୍ଥାନୀୟ ସର୍କିଟ ହାଉସ ଠାରେ ଅବସ୍ଥାନ କରୁଥିବା ବେଳେ ଜିଲ୍ଲାରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଜନସାଧାରଣ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଶାହକର ଙ୍କୁ ମୋବାଇଲ ନମ୍ବର 8895205238 ରେ ଯୋଗାଯୋଗ କରିପାରିବେ । ନିର୍ବାଚନ ଶେଷ ଯାଏଁ ଏହି ନମ୍ବର ଉପଲବ୍ଧ ରହିବ । ଜନସାଧାରଣ ଏହାର ଉଚିତ ବିନିଯୋଗ କରିବାକୁ ଅନୁରୋଧ କରାଯାଇଛି l