Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ବିତୀୟ ବିବାହ କରୁଥିବା ପୁଅକୁ ଘୋଷାଡ଼ି ଘୋଷାଡ଼ି ଥାନାକୁ ନେଲା ବାପା

ଭଦ୍ରକ: ଘରେ ପତ୍ନୀ ଓ ୮ ବର୍ଷର ପୁଅ । ହେଲେ ରସିକିଆ ବାପାର ମନ ଆଉ ଜଣଙ୍କ ପାଖରେ । ଲୁଚି ଲଚି କୋର୍ଟରେ କରୁଥିଲା ବିବାହ । ଖବର ପାଇ ପହଞ୍ଚିଗଲା ବାପା । ଆଉ କୋର୍ଟରୁ ବିଚ ରାସ୍ତାରେ ସାର୍ଟ କଲର ଧରି ଘୋଷାଡ଼ି ଘୋଷାଡି ପୁଅକୁ ଥାନାକୁ ନେଇ ଦେଲେ ପୋଲିସ ଜିମା । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ।

ସୂଚନା ଅନୁସାରେ, ଏଡ଼ତାଳ ଗାଁର ବିଷ୍ଣୁମୋହନଙ୍କ ଜେନାଙ୍କ ପୁଅ ଅଜୟ ୧୦ ବର୍ଷ ତଳେ ତୁଳସୀ ଜେନାଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ୮ ବର୍ଷର ପୁଅ ବି ଅଛି । ଏସବୁ ସତ୍ତ୍ୱେ ଅଜୟ ଆଉ ଜଣେ ମହିଳାଙ୍କୁ କୋର୍ଟ ବିବାହ କରିବାକୁ ଯାଇଥିଲେ । ଅଜୟଙ୍କ ବାପା ବିଷ୍ଣୁମୋହନ ବୋହୂ ଓ ନାତିଙ୍କ ସହ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ ପୁଅର କାରନାମ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ନାତି ଓ ବୋହୂକୁ ଘରେ ଛାଡ଼ି କୋର୍ଟରେ ପହଞ୍ଚି ଯାଇଥିଲେ । ପୁଅ ସାର୍ଟ କଲର ଧରି ଘୋଷାଡି ଘୋଷାଡି ଥାନାକୁ ଆଣି ପୋଲିସ ଜିମା ଦେଇଥିଲେ । ଅଜୟଙ୍କ ସହ ସଂପୃକ୍ତ ମହିଳା ଜଣଙ୍କ ମଧ୍ୟ ଥାନାକୁ ଆସିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ