Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି : ୪ ମାସରେ ୧୨୭ଟି ଦୁର୍ଘଟଣା, ଗଲାଣି ୭୫ ଜୀବନ, ଛତିକୁଡାରୁ କିଡିଙ୍ଗ ରାସ୍ତା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଲେ କଳାହାଣ୍ଡି ଜିଲ୍ଲାପାଳ

କଳାହାଣ୍ଡି,୨୧/୦୫-କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସମେତ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଦସ୍ୟ, ପୁଲିସ ଓ ଅବକାରୀ ବିଭାଗର ଅଧିକାରୀ ତଥା ନାଗରିକ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାରେ ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ୧୨୭ ଗୋଟି ରାସ୍ତା ଦୁର୍ଘଟଣା ଘଟି ୭୫ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଗତବର୍ଷ ଏହି ସମୟରେ ୧୪୭ଟି ରାସ୍ତା ଦୁର୍ଘଟଣା ଘଟିଥିବା ନେଇ ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଥିଲେ। ଗତବର୍ଷ ଅପେକ୍ଷା ଏ ବର୍ଷ ଦୁର୍ଘଟଣା ହାର ହ୍ରାସ ପାଇଥିଲେ ହେଁ ମୃତ୍ୟୁହାର ଅଧିକ ରହିଛି ଏହାର ମୁଖ୍ୟ କାରଣ ମଦ୍ୟପାନ ବୋଲି ସେ କହିଥିଲେ। ସେହିପରି ମଦପିଇ ଦୃତ ବେଗରେ ଗାଡ଼ି ଚଳାଇ ରାସ୍ତାକଡ଼ର ଗଛ, ପୋଲ ବାଡ଼, ଡିଭାଇଡରରେ ପିଟି ହୋଇ ଅନେକଙ୍କ ମୃତ୍ୟୁ ଘଟିଥିବା ନେଇ ସେ ସୂଚନା ଦେଇଥିଲେ। ଏହି ଅବସରରେ ଜିଲ୍ଲାର ଛତିକୁଡ଼ାରୁ କିଡିଙ୍ଗ, ଛତିକୁଡାରୁ ନର୍ଲା, ବାନେରରୁ ଲଡୁଗାଁ, ଧର୍ମଗଡ଼ରୁ କୋକସରା(ତାରାପୁର), ମୁଖିଗୁଡାରୁ ମହୁଲପାଟଣା ରାସ୍ତାର ମରାମତି ଓ ଯଥାଶୀଘ୍ର କାମ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେହିପରି ଭବାନୀପାଟଣା ବାଇପାସ୍ ରାସ୍ତା କାର୍ଯ୍ୟ ଶୀଘ୍ର ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ