Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତରେ ଆଦିବାସୀ ମହିଳାଙ୍କ ମୃତ୍ୟୁ

କଳାହାଣ୍ଡି,୨୩/୦୫-ଟୋଲ ସଂଗ୍ରହ କରିବାକୁ ଯାଇଥିବାବେଳେ ବଜ୍ରାଘାତରେ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏନେଇ ପୁଲିସ ନିକଟରେ ଅଭିଯୋଗ ହେବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବେନଗାଁ ପଂଚାୟତ ବେତିଆପଡା ଗାଁରେ। ସୂଚନାନୁସାରେ, ବେତିଆପଡାର ଜଣେ ଆଦିବାସୀ ମହିଳା ରୁପୁଲି ମାଝୀ ନିଜ ଜମିରେ ଥିବା ଗଛକୁ ଟୋଲ ସଂଗ୍ରହ ପାଇଁ ଯାଇଥିବାବେଳେ ପ୍ରବଳ ବର୍ଷା ଓ ଝଡ଼ ପବନ ସହିତ ବିଜୁଳି ଘଡ଼ଘଡ଼ି ହୋଇଥିଲା। ଏଥିରୁ ରକ୍ଷା ପାଇବାକୁ ରୁପୁଲି ନିକଟସ୍ଥ ଏକ ଗଛତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରାଘାତରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନା ନେବା ସହିତ ବିଜେପୁର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଶବ ଜବତ କରି ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ରୁପୁଲିଙ୍କ ମୃତ୍ୟୁ ପରେ ପରିବାରବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବାବେଳେ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଘଟଣାର ତଦନ୍ତ ବିଜେପୁର ଥାନାଧିକାରୀ ରଘୁନାଥ ମାଝୀ କରିବା ସହିତ ଏନେଇ ବିଜେପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ