Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟିମସ୍କା ଜଙ୍ଗଲରେ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ : ସପ୍ତାହେ ପରେ ଖବର ପାଇଲା ବନବିଭାଗ

କଳାହାଣ୍ଡି,୩୦/୦୫-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଶେଷ ସୀମାନ୍ତ କଦମ୍ବଗୁଡା ଗ୍ରାମପଂଚାୟତ ତଥା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଭୁର୍ଟିଗଡ଼ ବିଟ ସେମେଲପଦର ଗାଁ ନିକଟସ୍ଥ କୁଟିମସ୍କା ଜଙ୍ଗଲରେ ଏକ ମୃତ ଦନ୍ତାହାତୀର ଶବକୁ ଠାବ କରିଛି ବନବିଭାଗ। ତେବେ ହାତୀଟିର ମୃତ୍ୟୁ ସପ୍ତାହେ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଥିବାବେଳେ ସ୍ଥାନୀୟ ଲୋକଙ୍କୁ ହାତୀ ମୃତ୍ୟୁ ସମ୍ପର୍କରେ ଏଯାଏଁ ଅନ୍ଧାରରେ ରଖିଛି ବନବିଭାଗ। ଏପରିକି ହାତୀ-ହାତୀ ମଧ୍ୟରେ ଲଢେଇ ହୋଇ ହାତୀଟିର ମୃତ୍ୟୁ ଘଟିଥିବା ବନବିଭାଗ ସନ୍ଦେହ କରୁଥିବାବେଳେ ଶିକାରୀଙ୍କ ଗୁଳି କିମ୍ବା ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥାଇପାରେ ଵୋଲି କୁହାଯାଉଛି। ତେବେ ବିଶ୍ୱନାଥପୁର ଓ ନର୍ଲା ରେଞ୍ଜର ବିଭିନ୍ନ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଜଙ୍ଗଲୀ ହାତୀପଲଙ୍କ ଚଳପ୍ରଚଳ ଲାଗି ରହିଥିବାବେଳେ ବିଭିନ୍ନ ସମୟରେ ହାତୀ ଓ ମଣିଷ ମୁହାଁମୁହିଁ ହୋଇ ଆସୁଛନ୍ତି। ସେଥିମଧ୍ୟରୁ ପାଞ୍ଚରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଅକାଳରେ ତିନିରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ତେବେ ଆଜି ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଉତ୍ତର ବନଖଣ୍ଡର ଏସିଏଫ, ବିଶ୍ୱନାଥପୁର ଓ ନର୍ଲା ରେଞ୍ଜରଙ୍କ ସମେତ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ ବନବିଭାଗ ଏନେଇ ଲୋକଙ୍କୁ ସଠିକ ତଥ୍ୟ ଦେବା ତ ଦୂରର କଥା ଓଲଟା ହାତୀ ଶବ ଦେଖିବାକୁ ବି ସୁଯୋଗ ଦେଇନାହିଁ। ସେହିପରି ପ୍ରାଣୀ ବିଶେଷଜ୍ଞ ଆସି ବ୍ୟବଚ୍ଛେଦ କରିବା ପରେ ଗାତ ଖୋଳି ହାତୀଟିକୁ ପୋତି ଦେଇଥିବା ଜଣାପଡିଛି। ଏନେଇ ବନବିଭାଗର ତଦନ୍ତ ଜାରି ଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ