Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତରେ ବଳଦ ସମେତ ବାପଝିଅଙ୍କ ଦୁଃଖଦ ମୃତ୍ୟୁ

କଳାହାଣ୍ଡି, ୦୪/୦୬-୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣାକୁ ନେଇ ରାଜନୈତିକ ଦଳ, ଦଳୀୟ କର୍ମୀ, ପ୍ରଶାସନ ସମେତ ସାଧାରଣ ଲୋକେ ଆଜି ଦିନ ତମାମ ଉତ୍ସାହିତ ଥିଲେ। ସନ୍ଧ୍ୟାରେ ଫଳାଫଳ ବାହାରିବା କ୍ଷଣି ବିଜୟୀ ଦଳର ଲୋକେ ବିଜୟ ଉତ୍ସବ ମନାଉଥିବା ସମୟରେ ଏକ ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରଠାରେ। ଆଜି ସନ୍ଧ୍ୟା ସମୟରେ ବିଶ୍ୱନାଥପୁର ପିଡବ୍ଲଡି ବଙ୍ଗଳା ନିକଟସ୍ଥ ଗଉଡ଼ପଡାରେ ନିଜ ଗୁହାଳରେ ବଳଦକୁ ବାନ୍ଧୁଥିବାବେଳେ ବାପଝିଅଙ୍କ ଉପରେ ବଜ୍ରପାତ ହେବାରୁ ବଳଦ ସମେତ ବାପଝିଅଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତ ବାପଝିଅ ହେଲେ ହରି ଗଉଡ଼(୫୨) ଓ ତାଙ୍କ ଝିଅ ହିମାଦ୍ରୀ ଗଉଡ଼(୧୭)। ଆଜି ସନ୍ଧ୍ୟାରେ କାଳ ବୈଶାଖୀ ଯୋଗୁଁ ଝଡ଼ପବନ ଓ ପ୍ରବଳ ବିଜୁଳି ଘଡଘଡି ହେଉଥିଲା। ଏହି ସମୟରେ ବାହାରକୁ ଚରି ଯାଇଥିବା ବଳଦ ଘରକୁ ଫେରିବାରୁ ହରି ଓ ହିମାଦ୍ରୀ ବାପଝିଅ ଦୁହେଁ ମିଶି ତାକୁ ଖୁଣ୍ଟରେ ବାନ୍ଧିଦେବାକୁ ଯାଇଥିଲେ। ଘରକୁ ଲାଗି ଥିବା ଗୁହାଳରେ ବଳଦକୁ ବାନ୍ଧୁଥିବାବେଳେ ହଠାତ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବଳଦ ସହିତ ବାପଝିଅ ଟଳି ପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। କୁଲିମଜୁରୀ କରି ପରିବାର ଚଳାଉଥିବା ହରିଙ୍କ ସହିତ ତାଙ୍କ କଲେଜ ପଢୁଆ ଝିଅଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡିଛି। ଏବେ ପରିବାର ଲୋକଙ୍କ କାନ୍ଦବୋବାଳିରେ ଘର ଓ ହସ୍ପିଟାଲ ପରିସର ଫାଟି ପଡୁଥିବାବେଳେ ବିଶ୍ୱନାଥପୁର ସହର ଏକପ୍ରକାର ସ୍ତବ୍ଧ ପାଲଟିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ