ବିଜେଡି ହାତରେ ଲାଞ୍ଜିଗଡ ବିଧାନସଭା ଆସନ


କଳାହାଣ୍ଡି,୦୪/୦୬-ଆଜି ସଂଧ୍ୟା ସୁଦ୍ଧା ଭୋଟ ଗଣତିର ଫଳାଫଳ ପ୍ରକାଶ ପାଇଛି । ୨୦୨୪ ସାଧାରଣ ନିର୍ବାଚନରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରି ଲାଞ୍ଜିଗଡ ବିଧାନସଭା ଆସନରେ ବିଜୟ ଲାଭ କରିବା ସହିତ ଦଳର ସମ୍ମାନ ରଖିଛନ୍ତି । ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ଠାରୁ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ସମୁଦାୟ ୨୩ ରାଉଣ୍ଡ ଗଣତିରୁ ପ୍ରଦୀପ ୬୦୨୫୪ ଖଣ୍ଡ ଭୋଟ ପାଇଥିବାବେଳେ ବଳଭଦ୍ର ମାଝୀ ୫୩୭୫୩ ଓ ବିଜେପିର ରମେଶ ମାଝୀ ୪୯୧୧୩ ଖଣ୍ଡ ଭୋଟ ପାଇଛନ୍ତି । ବଳଭଦ୍ର ମାଝୀଙ୍କୁ ୬୫୦୧ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ପ୍ରଦୀପ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟ ଲାଭ କରିଛନ୍ତି । ତାଙ୍କ ବିଜୟ ଲାଭ ପରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଦଳୀୟ ସମର୍ଥକମାନେ ପରସ୍ପର ମିଠା ବାଣ୍ଟି ଖୁସି ମନାଉଥିବାବେଳେ ବାଜାବାଣ ହୋଲି ଖେଳ ସହିତ ଉତ୍ସବ ମନାଉଛନ୍ତି ।