Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜନେତାଙ୍କ ଇଫ୍‌ତାର ପାର୍ଟିରେ ସଲ୍‌ମାନ ଓ ପୂଜାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ରାଜନେତାଙ୍କ ଇଫ୍‌ତାର ପାର୍ଟିରେ ବଲିଉଡ୍‌ ଅଭିନେତା। ସଲମାନ ଖାନ ଓ ପୂଜା ହେଗ୍‌ଡେଙ୍କୁ ଚଳିତ ବର୍ଷ ବାବା ସିଦ୍ଦିକ ଏବଂ ଜିଶାନ ସିଦ୍ଦିକଙ୍କ ଇଫତାର ପାର୍ଟୀରେ ଦେଖିବାକୁ ମିଳିଥିଲା। ଏହାପରଠୁ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

କଂଗ୍ରେସ ନେତା ବାବା ସିଦ୍ଦିକ୍‌ ଓ ତାଙ୍କ ପୁଅ ଜିଶାନ ସିଦ୍ଦିକ୍‌ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଇଫ୍‌ତାର ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିକୁ ଅନେକ ବଲିଉଡ୍‌ ସେଲିବ୍ରିଟଙ୍କୁ ନିମନ୍ତ୍ରଣ କରାଯାଇଥିଲା। କେବଳ ସଲ୍‌ମାନ ନୁହନ୍ତି ଶାହାରୁଖ୍‌ ଖାନଙ୍କୁ ମଧ୍ୟ ଏହି ପାର୍ଟିରେ ଦେଖିବାକୁ ମିଳିଥିଲା।

ତେବେ ଆଗକୁ ସଲ୍‌ମାନଙ୍କ ମୁଭି ‘କିସି କା ଭାଇ କିସି କୀ ଜାନ୍‌’ ମୁକ୍ତିଲାଭ କରିବ। ଏଥିପାଇଁ ସଲ୍‌ମାନ ଓ ପୂଜା ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଉଭୟ ଫିଲ୍ମ ପ୍ରମୋସନ୍‌ରେ ଲାଗିପଡ଼ିଛନ୍ତି। ସଲ୍‌ମାନଙ୍କ ମୁଭି ଇଦ୍‌ରେ ମୁକ୍ତିଲାଭ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ